ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଆଜି ଶ୍ରୀହରିକୋଟା ରୁ Spadesx ମିଶନ କୁ ଲଞ୍ଚ କରିବାକୁ ଯାଉଛି, ରାତି ୧୦ ଟା ସମୟ ରେ ଏହାକୁ ଲଞ୍ଚ କରାଯିବ, ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ଏହି ତଥ୍ୟ ଦିଆଯାଇଛି, କୁହାଯାଉଛି ଯେ ଇସ୍ରୋ ର ଏହି ମିଶନ ର ସଫଳତା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (BAS) ର ପ୍ରସ୍ତୁତି ଓ ଚନ୍ଦ୍ରଯାନ -4 ମିଶନ ର ସଫଳତା କୁ ନିର୍ଧାରିତ କରିବ, ସେଥିପାଇଁ ଏହି ଲଂଚିଙ୍ଗ ଅଧିକ ମହତ୍ଵପୁର୍ଣ ଅଟେ l
Spadesx ମିଶନ କଣ ? –
ଏହି ମିଶନ ରେ ଦୁଇଟି ସ୍ୟାଟେଲାଇଟ ରହିଛି, ପ୍ରଥମ ଟି ହେଲା ଚେସର ଏବଂ ଦ୍ୱିତୀୟଟି ହେଲା ଟାର୍ଗେଟ, ଚେସର ସ୍ୟାଟେଲାଇଟ ଟାର୍ଗେଟ କୁ ଧରିବ, ଏହାଦ୍ୱାରା ଟ୍ରାକିଙ୍ଗ କରିବ, ଏହାଛଡା ଏଥିରେ ଗୋଟିଏ ମହତ୍ଵପୁର୍ଣ ଟେଷ୍ଟ ମଧ୍ୟ ଆଉ ଗୋଟିଏ ହୋଇପାରେ, ସ୍ୟାଟେଲାଇଟ ରୁ ଗୋଟିଏ ରୋବଟିକ୍ ଆର୍ମ ବାହାରିବ ଯାହାକି ହୁକ ଜରିଆରେ ଅର୍ଥାତ ଟେଥର୍ଡ଼ ଭଳି ଟାର୍ଗେଟ କୁ ନିଜ ଆଡକୁ ଟାଣିବ , ଏହି ଟାର୍ଗେଟ ଅଲଗା କ୍ୟୁବସେଟ ହୋଇପାରେ l
ଏହି ପ୍ରୟୋଗ ଦ୍ୱାରା ଭବିଷ୍ୟତ ରେ ଇସ୍ରୋ ଆର୍ବିଟ ଛାଡି ଅଲଗା ଦିଗରେ ଯାଉଥିବା ଅଂଶ କୁ କକ୍ଷପଥ କୁ ଫେରାଇ ଆଣିବା ପାଇଁ ସୁବିଧା ମିଳିଯିବ l ଏଥି ସହିତ ଆର୍ବିଟ ରେ ସର୍ଭିସିଂ ଓ ରିଫିୟୁଲିଙ୍ଗ ର ଆପ୍ସନ ମଧ୍ୟ ଖୋଲିଯିବ, Spadesx ମିଶନରେ ଦୁଇଟି ଅଲଗା ଅଲଗା ସ୍ପେସକ୍ରାଫ୍ଟ କୁ ଅନ୍ତରୀକ୍ଷ ରେ ଯୋଡି ଦେଖାଯିବ l Spadesx ମିଶନ ଇସ୍ରୋ ର ଗୋଟିଏ କମ ଖର୍ଚ୍ଚ ରେ ପ୍ରସ୍ତୁତ ହୋଇଥିବା ମିଶନ ଅଟେ, ଏହାର ଉଦେଶ୍ୟ PSLV ରାକେଟ ସାହାଯ୍ୟ ରେ ଅନ୍ତରୀକ୍ଷ ରେ ଦୁଇଟି ଛୋଟ ଯାନ ର ଡୋକିଙ୍ଗ ଓ ଅନଡୋକିଙ୍ଗ ର ପ୍ରକ୍ରିୟା କୁ ସମ୍ପୂର୍ଣ କରିବ l ଯଦି ଏହି ମିଶନ ସଫଳ ହେବ, ତେବେ ଭାରତ ଦୁନିଆର ଚତୁର୍ଥ ଦେଶ ହୋଇଯିବ ଯିଏକି ଏହି ସଫଳତା ହାସଲ କରିପାରିଛି l ବର୍ତମାନ ଆମେରିକା, ଚୀନ ଓ ରୁଷ ଙ୍କ ନିକଟରେ ଏହି ଉପାୟ ରହିଥିଲା l