ସୋର, : ଆଜି ସୋର ଅବକାରୀ ବିଭାଗ ଦ୍ୱାରା ପୁରୁଣା ବାଲେଶ୍ୱରରୁ ଭଦ୍ରକକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଚୋରା ଦେଶୀ ମଦ ଭର୍ତ୍ତି ମାରୁତି ୮୦୦ଜବତ ହେବା ସହ ୨ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବାଲେଶ୍ୱର ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦେଶ କ୍ରମେ ଭ୍ରାମ୍ୟମାଣ ଇନ୍ସପେକ୍ଟର ଗାଲୁରାମ ସୋରେନ୍ଙ୍କ ସୂଚନା ଅନୁଯାଇ ସୋର ଅବକାରୀ ଅଧିକାରୀ ସ୍ୱାତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସୋର ଉତ୍ତରେଶ୍ୱର ଠାରୁ ଏହି ଏପି ୩୧ଆର୍୬୮୩୨ମାରୁତି କାରକୁ ପିଛାକରି ଜାମଝାଡ଼ି ନିକଟରୁ ଏହି କାରକୁ ଜବତ କରି ଏଥିରେ ଥିବା ୫୬୦ ଲିଟର ଚୋରା ଦେଶୀ ମଦ ଜବତ କରିଥିଲେ । ଏଥିରେ ସଂପୃକ୍ତ ପୁରୁଣା ବାଲେଶ୍ୱରର ନବି ଟୁଡୁ(୨୩) ରସାଳପୁର ବିକାଶ ଦଳେଇ (୩୦) ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ବେଳେ ଭାସ୍କର ଚନ୍ଦ୍ର ବେହେରା, ଦେବାଶିଷ ମଲ୍ଲିକ, ତପନ ମଳିକ ଏବଂ ମିନତି ଜେନା ସହଯୋଗ କରିଥିଲେ ।