ସୋର, ୩୦/୯ ଗାନ୍ଧିଜୀଙ୍କ ମହାମନ୍ତ୍ର ସ୍ଵଛତାହିଁ ସେବାକୁ ସାକାର କରିବା ପାଇଁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତୀୟ ରେଳବିଭାଗ ସ୍ୱଛତା ପକ୍ଷ ପାଳନ ଅବସରରେ ଆଜି ସକାଳ ୭ଟା ୩୦ ରୁ ୧୦ଟା ପର୍ଯ୍ୟନ୍ତ ସୋର ନାଗରିକ ମଞ୍ଚ ଆନୁକୂଲ୍ୟରେ ସୋର ରେଳ ଷ୍ଟେସନ ପରିସରକୁ ପରିଷ୍କାର ପରିଚ୍ଛନ କରାଯିବା ସହ ରେଳଯାତ୍ରୀ ମାନଙ୍କୁ ସଚେତନ କରାଯାଇଛି।ସୋରକୁ ସ୍ଵଚ୍ଚ ରେଳ ଷ୍ଟେସନରେ ପରିଗଣିତ କରିବା ପାଇଁ ପ୍ରତ୍ୟେକ ଯାତ୍ରୀମାନେ ଷ୍ଟେସନ ପରିସରରେ ପାନ ଛେପ,ପଲିଥିନ,ଗୁଟୁଖା ଜରି ବଳକା ଖାଦ୍ୟ,ଚା କପ,ଅଳିଆ ଆବର୍ଜନା ତଳେ ନପକାଇ ଡଷ୍ଟ ବିନରେ ପକାଇବା ସହ ସ୍ୱଛତା ହିଁ ସେବାରେ ନିଜକୁ ସାମିଲ କରିବା ପାଇଁ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ପରାମର୍ଶ ଦେଇଥିଲେ।
ଏହି ସ୍ୱଛତା କାର୍ଯ୍ୟକ୍ରମକୁ ନାଗରିକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ, ସୋର ରେଳ ଷ୍ଟେସନ ମ୍ୟାନେଜର ବିଜୟ କେତନ ମହାଳିକ ,କମର ସିଆଲ ସୁପର ଭାଇଜର ପ୍ରଧାନ କୁମାର ପୂର୍ତ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ନବକିଶୋର ଦାସ, ମାୟାଧର ନାୟକ,ଜିତେନ୍ଦ୍ର କୁମାର ବେହେରା, ରବୀନ୍ଦ୍ର କୁମାର ଉପାଧ୍ୟାୟ ,ପଞ୍ଚାନନ ଶିଅଳ, ଦାମୋଦର ଦାଶ ମହାପାତ୍ର, ମନୋଜ କୁମାର ରାୟ ,ସୁରେନ୍ଦ୍ର ପାଣିଗ୍ରାହୀ,ରବି ନାରାୟଣ ନନ୍ଦ,ପ୍ରଫୁଲ୍ଲ ଷଡ଼ଙ୍ଗୀ,ଖଗେନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ନାୟକ, ଶ୍ୟାମସୁନ୍ଦର ମହାନ୍ତି ,ମହେଶ୍ୱର ପଣ୍ଡା,କଟଚନ୍ଦ୍ର ବେହେରା,ଇଂ ଦିବାକର ଦଳାଇ,ପଙ୍କଜ କୁମାର ପଣ୍ଡା,ମୁକେଶ ଦାସ, ଜନକୃଷ୍ଣ ନାୟକ, ଶିକ୍ଷକ ନେତା ମହେଶ୍ୱର ବେହେରା, ମାୟାଧର ବେହେରା ପ୍ରମୁଖ ଯୋଗଦେଇ ସଫେଇ କାର୍ଯରେ ସାମିଲ ହୋଇଥିଲେ।