Odisha news

ପଶ୍ଚିମବଙ୍ଗରୁ ସୁନା ଅଳଙ୍କାର ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ

0
ସୋର,୨୨/୩: ସୋର ବ୍ଲକ କେଦାରପୁର ପଞ୍ଚାୟତ ଚକବାରାହା ପୁର ଗ୍ରାମର ଜଣେ ଯୁବକ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିବା ଜଣେ ସାତ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ନେଇ ଫେରାର ଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ସୋର ପୁଲିସ ସହାୟତାରେ ଯୁବକଙ୍କୁ ଗିରଫ କରି ନେଇ ଯାଇଥିବା ଜଣାପଡିଛି। ସୋର ଥାନା କେଦାରପୁର ପଂଚାୟତ ଚକବାରାହାପୁର ଗ୍ରାମର ଦୀପକ ନାୟକ(୨୩) ପଶ୍ଚିମବଙ୍ଗ ଜଡାହାଟ ଥାନା ଅଧିନରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ। ସୁଯୋଗ ଦେଖି ତାଙ୍କ ଘରୁ ସାତ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି କରି ନେଇ ଘରକୁ ପଳାଇ ଆସିଥିଲେ। ପରେ ଘର ମାଲିକ ଜଡାହାଟ ଥନାରେ ଅଭିଯୋଗ କରିବା ପରେ ପୁଲିସ ୨୬/୨୪ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଗତକାଲି ରାତିରେ ଏକ ଚାରିଜାଣିଆ ପୁଲିସ ଟିମ ସୋର ଥାନାରେ ପହଂଚି ସୋର ପୁଲିସ ସହାୟତାରେ ଦୀପକ ଘରେ ପହଞ୍ଚି ତାକୁ ଗିରଫ କରିଥିଲେ। ଆଜି ପୂର୍ବାହ୍ନରେ ସୋର ଥାନାରେ ଆବଶ୍ୟକୀୟ କାଗଜପତ୍ର କରିବା ପରେ ପୁଲିସ ତାକୁ ପଶ୍ଚିମବଙ୍ଗ ନେଇ ଯାଇଥିବା ଜଣାପଡିଛି।
Nalco

Leave A Reply