Odisha news

ଦିଲ୍ଲୀରୁ ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

0
ସୋର,୨୨/୩: ସୋର ଥାନା ଗୋପୀନାଥପୁର ପଂଚାୟତ ରଘୁନାଥପୁର ଗ୍ରାମର ଜଣେ ଯୁବକ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିବା ବେଳେ ସେଠାରୁ ୬୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସୁନା ଅଳଙ୍କାର ସମେତ ୬ ଲକ୍ଷ ନଗଦ ଟଙ୍କା ଚୋରି କରି ଫେରାର ଥିବା ବେଳେ ସୋର ପୁଲିସ ସହାୟତାରେ ଦିଲ୍ଲୀ ପୁଲିସ ତାକୁ ଗିରଫ କରି ନେଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ପ୍ରୀତମ ଦାସ ଦିଲ୍ଲୀର ସିଆର ପାର୍କ ଥାନା ଅଧୀନରେ ଜଣେ ବ୍ୟକ୍ତିଙ୍କ ଘରେ ରହି କାମ କରୁଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କ ଘରୁ ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ବ ଟଙ୍କାର ଅଳଙ୍କାର ସହିତ ଛଅ ଲକ୍ଷ ନଗଦ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲା । ପରେ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଏକ ପଞ୍ଚଜଣିଆ ଟିମ ସୋର ଥାନାରେ ପହଞ୍ଚିଥିଲେ। ପ୍ରିତମର ମୋବାଇଲ ନମ୍ବରକୁ ଟ୍ରାକିଙ୍ଗ କରି ଦିଲ୍ଲୀ ପୁଲିସ ସୋର ପୁଲିସ ସହାୟତାରେ ପ୍ରୀତମକୁ ବାଗୁଡିରୁ ଗିରଫ କରିବା ସହିତ ତା ନିକଟରୁ  ୮ଶହ ଗ୍ରାମର ସୁନାର ମୂର୍ତି,ଗୋଟିଏ ସୁନା ହାର ଓ ଦୁଇ ହଳ କାନଫୁଲ ଜବତ କରିଛି। ରାତିରେ ଦିଲ୍ଲୀ ପୁଲିସ ପ୍ରିତମକୁ ଦିଲ୍ଲୀ ନେଇଯାଇଥିବା ଜଣାପଡିଛି।
Nalco

Leave A Reply