Odisha news

ସୋର ନାଗରିକ ମଞ୍ଚର ବୈଠକ ଜାତୀୟ ରାଜପଥ ଡ୍ରେନେଜ ସୁବିଧା ପାଇଁ ଆନ୍ଦୋଳନ ଡାକରା

0
ସୋର ତା ୨୩/ ୩- ସୋର ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅବସର ପ୍ରାପ୍ତ କର୍ମଚାରୀ ଭବନରେ,ମଞ୍ଚର ସଭାପତି ଶିକ୍ଷାବିତ ନେତ୍ରାନନ୍ଦ ରାଉତଙ୍କ ସଭା ପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସୋର ରେଳଷ୍ଟେସନର ଚରମ ଅବ୍ୟବସ୍ଥା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି।ଷ୍ଟେସନରେ ବୁଲାଷଣ୍ଡ,ପରିସ୍କାର ପରିଛନରେ ଅନିୟମିତତା, ଭଦ୍ରକ ବାଲେଶ୍ୱର ମେମୋ ଟ୍ରେନ ଚଳାଚଳରେ ବ୍ୟାପକ ବ୍ୟତିକ୍ରମ କୁ ସୁଧାରିବା ସହ,ନୂତନ ସାପ୍ତାହିକ ଟ୍ରେନ ରହଣି ପାଇଁ ଦାବି କରାଯିବାକୁ ସ୍ଥିର ହୋଇଛି।ସୋରକୁ ତୁରନ୍ତ ରାଜସ୍ବ ସବଡ଼ିଭିଜନ ଘୋଷଣା ସହ, ଜାତୀୟ ରାଜପଥ କଲେଜ ଛକ ଠାରୁ ପାଇକାଳୀ ପର୍ଯ୍ୟନ୍ତ ରାଜପଥର ଦୁଇପାର୍ଶ୍ଵରେ ସର୍ବ ନିମ୍ନ ୫ ଫୁଟ ଗଭୀର ଓ ୫ ଫୁଟ ଉସାରିଆ ଜଳ ନିଷ୍କାସନ ନାଳ ଦାବିକୁ,ନାହି ର ପ୍ରକଳ୍ପ ନିର୍ଦେଶକ ଗୁରୁତ୍ୱ ଦେଉ ନଥିବାର ମଞ୍ଚ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଉତ୍ତରେଶ୍ୱର ଠାରେ ସରକାରୀ ବସ ଷ୍ଟାଣ୍ଡ ନିର୍ମାଣ ଦିଗରେ ଆଇନ ଗତ ସମସ୍ୟାକୁ ସମାଧାନ ପାଇଁ ନାଗରିକ ମଞ୍ଚ ଉଦ୍ୟମ କରିବା ସଙ୍ଗେ ସଙ୍ଗେ ସୋର ଉପେନ୍ଦ୍ର ନାଥ ମହା ବିଦ୍ୟାଳୟକୁ ସ୍ୱୟଙ୍ଗ ଶାସିତ ମହା ବିଦ୍ୟାଳୟ ଘୋଷଣା ପାଇଁ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।          ଏହି ବୈଠକରେ ମଞ୍ଚର କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ,ଭଗବାନ ମହାପାତ୍ର, ଗଙ୍ଗାଧର ପାଢୀ, ମାୟାଧର ନାୟକ, ମନୋଜ କୁମାର ରାୟ, ଦିବାକର ଦଳେଇ,ରବୀନ୍ଦ୍ର ଉପାଧ୍ୟାୟ, ଅଦୈତ୍ଯ କୁମାର କର, ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ, ବିଜୟ ଦାସ, ମହେଶ୍ୱର ପଣ୍ଡା,କଟଚନ୍ଦ୍ର ବେହେରା,ସୁରେନ୍ଦ୍ର ପାଣିଗ୍ରାହୀ, ରତିରଞ୍ଜନ କର, ପ୍ରଫୁଲ୍ଲ ଷଡ଼ଙ୍ଗୀ, ଉଦ୍ଧବ ଚରଣ ବିଶ୍ୱାଳ ପ୍ରଭୃତି ଯୋଗଦେଇଥିଲେ।ମଞ୍ଚର ସମ୍ପାଦକ ଡକ୍ଟର ନାରହରି ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କାରିଥିଲେ, ବରିଷ୍ଠ ସଦସ୍ୟ ଦାମୋଦର ଦାଶମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
Nalco

Leave A Reply