Odisha news

୫ ଦଫା ଦାବୀନେଇ ବ୍ଲକ ଘେରିଲା କଂଗ୍ରେସ

0
ସୋର,୧୨/୩ ପାଞ୍ଚଦଫା ଦାବୀନେଇ ସୋର କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରିବା ସହିତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନଗର ସଭାପତି ରାଜେନ୍ଦ୍ର ମହାନ୍ତି, ବ୍ଲକ ସଭାପତି ଶ୍ରୀକାନ୍ତ ଜେନା, ଯୁବନେତା ସୁବ୍ରତ ଧଡ଼ା, ଯୋଗେନ୍ଦ୍ର ଜେନା, ରାଜେଶ ମହାପାତ୍ର, ଶରତ ଦଳେଇ, ସତ୍ୟନାରାୟଣ ମହାପାତ୍ର,ଗୌରାଙ୍ଗ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ବାର୍ଷିଥିଲେ। ବିଶେଷ କରି ଦାବୀ ଗୁଡିକ ମଧ୍ୟରେ ବାଗୁଡ଼ି ରାସ୍ତାର ଦୁରାବସ୍ଥାକୁ ଦୁର କରିବା,ଚିଟଫଣ୍ଡ ଟଙ୍କା ଫେରସ୍ତ, ସୋର ଡାକ୍ତରଖାନାରେ ଖାଲିଥିବା ଡାକ୍ତର ନିଯୁକ୍ତି, ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ଏବଂ ନୂତନ ରାସନକାର୍ଡ କରିବା ଓ ପୂର୍ବ ରାସନକାର୍ଡରେ ନାମ ଯୋଡିବା ଆଦି ପାଞ୍ଚ ଦଫା ଦାବୀନେଇ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ବିଡିଓ ସତ୍ୟନାଥ ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଯଦି ଜିଲ୍ଲାପାଳ ଏ ବାବଦରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତାହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ ବ୍ଲକରୁ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।
Nalco

Leave A Reply