Odisha news

ଖଡ଼ଗ ପୁର ରେଳ ଡିଭିଜନର ପ୍ରତାରଣା ବିରୁଦ୍ଧରେ ଡିସେମ୍ବର ୮ରୁ ନାଗରିକ ମଞ୍ଚର ଅନଶନ ଚେତାବନୀ 

0
ସୋର ତା 23/11- ଆଜି ସୋର ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅବସରପ୍ରାପ୍ତ କର୍ମଚାରୀ ଭବନରେ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତଙ୍କ ସଭା ପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି.ଦୀର୍ଘ ବର୍ଷଧରି ଦକ୍ଷିଣ ପୂର୍ବ ରେଳ ବିଭାଗ ସୋର ରେଳ ଷ୍ଟେସନ ପ୍ରତି ହେୟ ମନୋଭାବ ତଥା ଚରମ ଅବହେଳା କୁ ବୈଠକରେ ଦୃଢ ନିନ୍ଦା କରାଯାଇଛି. ନାଗରିକ ମଞ୍ଚ ସମେତ ଭଦ୍ରକ ଲୋକସଭା ସାଂସଦ,ସୋରର ବିଭିନ୍ନ ରାଜନୈତିକ ଦଳ, ବ୍ୟବସାୟୀ ସଙ୍ଘ, ସସମାଜିକ ଗଣ ସଂଗଠସନ ମାନେ, ବିଭାଗୀୟ ମନ୍ତ୍ରୀଙ୍କ ସମେତ ଖଡ଼ଗ ପୁର  ଡିଭିଜନର ସମସ୍ତ ଉଚ୍ଚ ପଦାଧିକାରୀ ମାନଙ୍କୁ ବାରମ୍ବାର ଦାବିପତ୍ର ଦେବା ସତ୍ତ୍ୱେ ସୋର, ଖଇରା,ଔପଦା ବାହାନଗା, ବାସୁଦେବପୁର ବ୍ଳକର ଜନସାଧାରଙ୍କ ଯୁକ୍ତିଯୁକ୍ତ ଦାବି ପ୍ରତି ବେଖାତିର  ମନୋଭାବ ବିରୁଦ୍ଧରେ ଆସନ୍ତା ଡିସେମର ମାସ ୮ ତାରିଖ ଦିନ ନାଗରିକ ମଞ୍ଚର ବରିଷ୍ଠ ନାଗରିକ ମାନେ ଗଣଧାରଣା ସହ ଅନସନରେ ବସିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି. ସୋର ରେଳ ଷ୍ଟେସନ ଉପରେ ନିର୍ଭରଶିଳ ହଜାର ହଜାର ଯାତ୍ରୀ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରକୁ ରେଳ ଯୋଗେ ଯାତାୟତ କରୁଥିବା ବେଳେ ଅଧିକ ଟ୍ରେନ ଷ୍ଟପେଜ ନ ଦେଇ କମ ରାଜସ୍ବ ଆଦାୟ ଆଳରେ ଷ୍ଟେସନର ମାନ ବୃଦ୍ଧି କିମ୍ବା ଉନ୍ନତ୍ତ ମାନର ଷ୍ଟେସନର ମାନ୍ୟତା ପ୍ରଦାନ କରୁ ନାହାନ୍ତି. ମଞ୍ଚ ଦାବି କରୁଅଛି,ତୁରନ୍ତ ସୋର ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ ସହ ସୋର ଷ୍ଟେସନରେ  ଦୂରଗାମୀ ଟ୍ରେନ ଗୁଡିକ ଷ୍ଟପେଜ ନଥିବା ଯୋଗୁଁ ଯାତ୍ରୀ ମାନେ ରେଳ ଯାତ୍ରା ପାଇଁ ବହୁ ସମସ୍ୟାରେ ସମ୍ମୁଖୀନ୍ନ ହେଉଛନ୍ତି.ତେଣୁ  ବାଙ୍ଗାଲୋର ,ଚେନେଇ, ତ୍ରିଭେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଆସାମକୁ ସଂଯୋଗ କରୁଥିବା ସାପ୍ତାହିକ ଟ୍ରେନର ରହଣି, ତୁରନ୍ତ ଦ୍ୱିତୀୟ ରେଳ ଉଭରବ୍ରିଜ ନିର୍ମାଣ,ସଂରକ୍ଷିତ ବଗି ଚି଼ହ୍ନଟ ପାଇଁ କୋଚ ଇଣ୍ଡିକେଟର  ସ୍ଥାପନ,  ଯାତ୍ରୀ ବିଶ୍ରାମା ଗାର, ଆରପିଏଫ କିମ୍ବା ଜିଆରପି ପୋଷ୍ଟ ସ୍ଥାପନ ପ୍ରଭୃତି ଦାବିକୁ ପୂରଣ ପାଇଁ ବାରମ୍ବାର କର୍ଣ୍ଣପାତ କରୁନଥିବା ଯୋଗୁଁ  ନାଗରିକ ମଞ୍ଚ ଗଣଧାରଣା ସହ ଅନଶନ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି. ଏହି ସଭାରେ ସମ୍ପାଦକ ଡ଼କ୍ଟର ନରହରି ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିବା ବେଳେ,ନବକିଶୋର ଦାସ,  ଗଙ୍ଗାଧର ପାଢୀ, ମାୟାଧର ନାୟକ, କମଳା କାନ୍ତ ତିଆଡ଼ି, ମନୋଜ କୁମାର ରାୟ , ନୂତ୍ୟାନନ୍ଦ କର, ଅନାମ ପ୍ରସାଦ ବାରିକ,ସନ୍ତୋଷ କୁମାର ଦ୍ୱିବେଦୀ,  ରବୀନ୍ଦ୍ର କୁମାର ଉପାଧ୍ୟାୟ, ସନ୍ତୋଷ ପାଣିଗ୍ରାହୀ,ପଞ୍ଚାନନ ଶିଅଳ, ଅଦୈତ୍ଯ କୁମାର କର, ଜିତେନ୍ଦ୍ର ବେହେରା,ପ୍ରଫୁଲ୍ଲ ଷଡ଼ଙ୍ଗୀ, ଦାମୋଦର ଦାଶ ମହାପାତ୍ର, ଖଗେନ୍ଦ୍ର ପ୍ରଧାନ ଶିଖର ବାନାର୍ଜୀ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଉଦ୍ଧବ ଚରଣ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ.
Har Ghar Tiranga

Leave A Reply