ସୋର, ୨୮/୮ ସୋର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିବା ମିଳିତ ଜନ ଶୁଣାଣୀ ଶିବିରରେ ସୋର ନାଗରିକ ମଞ୍ଚ ତରଫରୁ ବିଭିନ୍ନ ଦାବୀନେଇ ଅଭିଯୋଗପତ୍ର ବାଲେଶ୍ୱର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା.ଆଜି ବ୍ଲକରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଏବଂ ଏସପି ସାଗରିକା ନାଥଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ସୋର ନାଗରିକ ମଞ୍ଚ ସଭାପତି ନେତ୍ରାନନ୍ଦ ରାଉତଙ୍କ ନେତୃତ୍ୱରେ ମଞ୍ଚର ସଦସ୍ୟମାନେ ସେଠାରେ ପହଞ୍ଚି ସୋରରେ ଏସଡିପିଓ ଅଫିସ,ଏଆରଟିଓ ଅଫିସ ଖୋଲିବା, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପାଚେରୀ ନିର୍ମାଣ ହେତୁ ଯାତାୟାତ ରାସ୍ତା ସଂକୀର୍ଣ୍ଣ ହୋଇଯିବା ହେତୁ ପୂର୍ତ୍ତ ଅଫିସକୁ ସ୍ଥାନାନ୍ତରିତ କରିବା, ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସହିତ ଗଳାପୋଲ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସୋର ଗୋପୀନାଥପୁର ରାସ୍ତାକୁ ମରାମତି କରିବା,ଲକ୍ଷ୍ମଣନାଥ ରେଳ ଷ୍ଟେସନରୁ ରାଣୀତାଲ ରେଳ ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ରେଳ ଷ୍ଟେସନକୁ ପୂର୍ବତଟ ରେଳ ଡିଭିଜନରେ ସାମିଲ କରିବା ପାଇଁ ନିବେଦନ ରଖି ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ. ଏହି ସମୟରେ ନାଗରିକ ମଞ୍ଚର ସଦସ୍ୟ ମାୟାଧର ନାୟକ, ଦାମୋଦର ଦାଶମହାପାତ୍ର, ଉଦ୍ଧବ ଚରଣ ବିଶ୍ୱାଳ ଏବଂ ପଦ୍ମଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ.