ନୂଆଦିଲ୍ଲୀ :ବଲିଉଡ ତାରକା ସୋନୁ ସୁଦ ଅସୁବିଧାରେ ପଡିଥିବା ଲୋକ ମାନଙ୍କୁ ସାହାଯ୍ୟ କରି ସର୍ବଦା ଚର୍ଚାରେ ରହି ଆସିଛନ୍ତି l ଲୋକମାନେ ତାଙ୍କୁ ଟ୍ୱିଟର ଜରିଆରେ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥାନ୍ତି ,ଏହାପରେ ସେ ସାହାଯ୍ୟ କରିବା ପାଇଁ ହାତ ବଢାଇଥାନ୍ତି l
ଏପରି ସ୍ଥଳେ ବର୍ତମାନ ଜଣେ ନେପାଳୀ ନାଗରିକ ତାଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରିଛନ୍ତି l ଯୁବକ ଜଣକ ୧୦ ବର୍ଷ ହେଲାଣି ଅନକ୍ୟୋଲୋଜି ସ୍ପଂଡିଲାଇଟିଜ ଭଳି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି l ଯେଉଁ କାରଣରୁ ସେ ଠିକ ଭାବରେ ଚାଲି ପାରୁନାହାନ୍ତି କିମ୍ବା ବସି ପାରୁନାହାନ୍ତି l ଡାକ୍ତର ତାଙ୍କୁ ସର୍ଜରୀ କରିବା ପାଇଁ କହିଛନ୍ତି ,କିନ୍ତୁ ତାହା ସେ ଅର୍ଥ ଅଭାବରୁ କରିବାକୁ ଅକ୍ଷମ ଅଟନ୍ତି lସେ ଗୋଟିଏ ଭିଡିଓ ମଧ୍ୟ ସୋନୁଙ୍କୁ ସହ ସେୟାର କରିଛନ୍ତି ,ଯେଉଁଥିରେ ଦେଖିବାକୁ ମିଳିଥିଲା ଉକ୍ତ ବ୍ୟକ୍ତି ଗୋଟିଏ ବାଡ଼ି ସାହାଯ୍ୟରେ ଚାଲୁଛନ୍ତି l
ଯେତେବେଳେ ସୋନୁ ଏହି ବିଷୟରେ ଜାଣିଲେ ସେ ଜବାବରେ ଲେଖିଲେ “ଅତିଥି ଦେବୋ ଭବୋ “:ଭାରତରୁ ନିଜ ଦେଶକୁ ବିନା କୌଣସି ସାହାରାରେ ଯିବ ,ଜୟ ହିନ୍ଦ l “ସୋନୁ ସୁଦ ଯେଭଳି ଭାବରେ ଉକ୍ତ ବ୍ୟକ୍ତିଙ୍କୁ ଜବାବ ଦେଲେ ତାହା ସମସ୍ତଙ୍କ ମନକୁ ଛୁଇଁ ଗଲା l ତାଙ୍କର ଏହି ଟ୍ୱିଟ ପରେ ଲୋକମାନଙ୍କ ପାଖରୁ ଖୁବ ମାଟି ଗୃହୀତ ହୋଇଛି l ସୋନୁ ନିକଟରେ ଗୋଟିଏ ଗାଁର ପାଣି ସମସ୍ୟା ଦୂର କରିଛନ୍ତି l
ସୋନୁ ନିଜ କର୍ମ ଦ୍ୱାରା ଲୋକ ମାନଙ୍କର ମନ ଖୁବ ଜିତି ପାରିଛନ୍ତି l ଏପରିକି ସେ ବିଦେଶରେ ଫସି ରହିଥିବା ଛାତ୍ର ମାନଙ୍କୁ ମଧ୍ୟ ଉଦ୍ଧାର କରି ଭାରତକୁ ଆଣିଥିଲେ l