Odisha news

ନା ହିନ୍ଦୁ ନା ମୁସଲମାନ ରୀତିନୀତି ,ଏହି ଭଳି ଭାବରେ ହେବ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହ

0

ମୁମ୍ବାଇ – ବାସ ମାତ୍ର କିଛି ଅଳ୍ପ ସମୟର ପ୍ରତୀକ୍ଷା ପରେ ସୋନାକ୍ଷୀ ସିହ୍ନା ଓ ଯହୀର ଇକବଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଜୁନ ୨୩ ତାରିଖ ବଲିଉଡ ର ଏହି ଦୁଇ କଳାକାରଙ୍କ ବିବାହ ହେବାକୁ ଯାଉଛି, ସୋନାକ୍ଷୀ ହିନ୍ଦୁ ହେଇଥିବା ବେଳେ ଯହୀର ମୁସଲମାନ ଧର୍ମ ର ଅଟନ୍ତି l ଏଭଳି ସ୍ଥିତି ରେ ଉଭୟଙ୍କ ବିବାହ କୁ ନେଇ ଦର୍ଶକ ମାନଙ୍କର ଜାଣିବାକୁ ଆଗ୍ରହ ରହିଛି ଯେ ଉଭୟଙ୍କ ବିବାହ କେଉଁ ରୀତିନୀତି ଅନୁସାରେ ହେବ l

ସୋନାକ୍ଷୀ ଓ ଯହୀର ଙ୍କ ବିବାହ ଖବର ଯେବେଠୁ ସାମ୍ନାକୁ ଆସିଛି ସେବେଠୁ ଏହାକୁ ନେଇ ଖୁବ ଚର୍ଚା ହୋଇଛି l ଅଲଗା ଅଲଗା ଧର୍ମର ହୋଇଥିବା କାରଣରୁ ଉଭୟଙ୍କୁ ଅନେକ କଥା ମଧ୍ୟ ଶୁଣିବାକୁ ପଡୁଛି l ଗୋଟିଏ ଜାତୀୟ ଗଣମାଧ୍ୟମ ର ସୂଚନା ଅନୁସାରେ ବିବାହ ପରେ ନିଜର ଧର୍ମ ପରିବର୍ତ୍ତନ କରିବେ ନାହିଁ ଏବଂ ବିବାହ ପରେ ମଧ୍ୟ ନିଜ ନାମରେ କୌଣସି ପରିବର୍ତନ କରିବେ ନାହିଁ l ଏହି ଜାତୀୟ ଗଣମାଧ୍ୟମ ର ସୂଚନା ଅନୁସାରେ ସୋନାକ୍ଷୀ କେଉଁ ଧର୍ମରେ ବିବାହ କରିବେ ତାହା ମଧ୍ୟ ଦର୍ଶା ଯାଇଛି l ନା ହିନ୍ଦୁ ରୀତିନୀତି ନା ମୁସ୍ଲିମ ରୀତିନୀତି ଅନୁସାରେ ଏହି ବିବାହ ହେବ, ଏହି ବିବାହ ୧୯୫୪ ସ୍ପେସିଆଲ ମ୍ୟାରେଜ ଆକ୍ଟ ଅନୁସାରେ ରେଜିଷ୍ଟର୍ଡ ମ୍ୟାରେଜ ହେବ, ଏହାର ଉଭୟ ଧର୍ମକୁ ନେଇ କୌଣସି ସମ୍ପର୍କ ନାହିଁ l ଏହାଛଡା ଉଭୟ ଧର୍ମର ମଧ୍ୟ କୌଣସି ରୀତିନୀତି ପାଳନ କରାଯିବ ନାହିଁ l

ସ୍ପେସିଆଲ ମ୍ୟାରେଜ ଆକ୍ଟ ଭାରତୀୟ ସମ୍ବିଧାନ ର ସେହି ଆକ୍ଟ ଯେଉଁଥିରେ ୨ଟି ଅଲଗା ଧର୍ମ ର ଲୋକ ଙ୍କୁ ବିବାହ କରିବାକୁ ଅନୁମତି ଦେଇଥାଏ, ଏହା କେବଳ ହିନ୍ଦୁ କିମ୍ବା ମୁସଲମାନ ଧର୍ମ କୁ ନେଇ ନୁହେଁ, ଏହି ନିୟମ ଅନ୍ୟ ଧର୍ମ ପାଇଁ ମଧ୍ୟ ଲାଗୁ ହୋଇଛି l

ସ୍ପେସିଆଲ ମ୍ୟାରେଜ ଆକ୍ଟ କଣ –
– ବିବାହର ୩୦ ଦିନ ପୂର୍ବରୁ କୋର୍ଟ ରେ ନୋଟିସ ଦେବାକୁ ପଡିଥାଏ, କୋର୍ଟ ନିଜେ ବିବାହ ତାରିଖ ସେଟ କରିଥାଏ l

– ଯେଉଁ ଜିଲ୍ଲା କୋର୍ଟ ରେ ନୋଟିସ ଦିଆଯାଇ ଥାଏ ସେହି ଜିଲ୍ଲା ରେ ମହିଳା ଓ ପୁରୁଷ ଉଭୟ ଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ୩୦ ଦିନ ପର୍ଯ୍ୟନ୍ତ ସେହି ଜିଲ୍ଲାରେ ରହିବା ଜରୁରୀ l

– ୩୦ ଦିନ ପରେ ଉଭୟଙ୍କୁ କୋର୍ଟ ରେ ରେଜିଷ୍ଟରଡ଼ ଅଫିସ ରେ ସିଂଗନେଚର କରିବେ l

– ସ୍ପେସିଆଲ ମ୍ୟାରେଜ ଆକ୍ଟ ଅନୁସାରେ ବିବାହ ରେ କୌଣସି ରୀତିନୀତି ର ପାଳନ ହୋଇ ନଥାଏ, ଏହା ନୀତି ନିୟମ ଅନୁସାରେ ହେଉଥିବା ବିବାହ ଅଟେ l

Leave A Reply