Odisha news

ସୋନାକ୍ଷୀ ସିହ୍ନା ମୁସଲିମ ପରିବାରରେ ବିବାହ କରିବାକୁ ନେଇ ସୋସିଆଲ ମିଡିଆରେ ଉତେଜନା

0

ମୁମ୍ବାଇ – ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ନିଜ ବନ୍ଧୁ ଜାହିର ଇକବଲ ଙ୍କୁ ବିବାହ କରିବାକୁ ଯାଉଛନ୍ତି l ଏହା ମଧ୍ୟରେ ଖବର ମିଳିଛି ଯେ ସୋନାକ୍ଷୀ ଙ୍କ ପିତା ଶତ୍ରୁଘ୍ନ ସିହ୍ନା ସୋନାକ୍ଷୀ ଙ୍କ ବିବାହ କୁ ନେଇ ଅସନ୍ତୋଷ ଅଛନ୍ତି l କିନ୍ତୁ ଶତ୍ରୁଘ୍ନ କେଉଁ କାରଣରୁ ଅସନ୍ତୋଷ ଅଛନ୍ତି ତାହା ଜଣା ପଡୁନି, କିନ୍ତୁ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାରର କଥାକୁ ନେଇ ଚର୍ଚା କରୁଛନ୍ତି l ଅନ୍ୟ ଧର୍ମରେ ବିବାହ କରୁଥିବାରୁ ୟୁଜର୍ସ ମାନେ ସୋନାକ୍ଷୀ ଙ୍କ ର ସମାଲୋଚନା କରିଛନ୍ତି l ବର୍ତମାନ ଏହା ୟୁଜର୍ସ ମାନେ ଜାଣିବାକୁ ଇଛା କରୁଛନ୍ତି ଯେ ଶତ୍ରୁଘ୍ନ ସିହ୍ନା ସୋନାକ୍ଷୀ ଙ୍କ ବିବାହ କାର୍ଯ୍ୟରେ ଉପସ୍ଥିତ ରହିବେ କି ନାହିଁ l ଏହାକୁ ନେଇ ଶତ୍ରୁଘ୍ନ ସିହ୍ନା ଙ୍କ ଜଣେ ନିକଟତର ବନ୍ଧୁ କହିଛନ୍ତି କାହିଁକି ନିଜ ଝିଅ ର ବିବାହ କାର୍ଯ୍ୟକ୍ରମ ରେ ସେ ଯୋଗ ଦେବେ ନାହିଁ, ନିଶ୍ଚିନ୍ତ ଦେବେ l କାହିଁକି କୌଣସି ପିତା ନିଜ ସନ୍ତାନ ନିକଟରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅସନ୍ତୋଷ ରହିବେ ନାହିଁ l

ଏହାକୁ ନେଇ ସମାଲୋଚନା ଚାଲି ଥିବା ବେଳେ ପାକିସ୍ତାନ ର ମୁସ୍ଲିମ ମହିଳା ଅଣ ମୁସଲମାନ ପୁରୁଷ ଙ୍କୁ କଦାପି ବିବାହ କରନ୍ତି ନାହିଁ ବୋଲି କୁହାଯାଉଛି l ସୋନାକ୍ଷୀ ପୂର୍ବରୁ ଏଭଳି ଅନେକ ବଲିଉଡ କଳାକାର ପୂର୍ବରୁ ଇଣ୍ଟର କାଷ୍ଟ ମ୍ୟାରେଜ କରିସାରି ଥିଲେ ସୁଧା ଏହି ଘଟଣା ବର୍ତମାନ ଚର୍ଚା ଧରିଛି l

Leave A Reply