Odisha news

ଅପ୍ରେଲ ୮ରେ ଲାଗୁଚି ବିରଳ ସୂର୍ଯ୍ୟ ପରାଗ, ଯାହାକୁ ନେଇ କାହିଁକି ନାସା ର ବୈଜ୍ଞାନିକ ଚିନ୍ତିତ

0

ନୁଆଦିଲୀ : ଅପ୍ରେଲ ୮ ତାରିଖ ରେ ସୂର୍ଯ୍ୟ ଗ୍ରହଣ ଲାଗିବାକୁ ଯାଉଛି l ଏହା ଗୋଟିଏ ପୂର୍ଣ ସୂର୍ଯ୍ୟ ଗ୍ରହଣ ହେବ ଯାହାକି ଉତର ଆମେରିକା ଦେଇ ଗତି କରିବ l କୁହାଯାଉଛି ଯେ ଏହି ସୂର୍ଯ୍ୟ ପରାଗ ଟି ଖୁବ ପ୍ରଭାବଶାଳୀ ରହିବ l ନାସା ଅନୁସାରେ ୨୦୧୭ ରେ ସୂର୍ଯ୍ୟ ନ୍ୟୁନତମ ପାଖାପାଖି ଥିଲେ l କିନ୍ତୁ ଏହି ସମୟ ରେ ମଧ୍ୟ ପୂର୍ଣ ଚନ୍ଦ୍ରଗ୍ରହଣ ଲାଗିଥିଲା, ସୂର୍ଯ୍ୟ ଶାନ୍ତ ଥିବାରୁ ସେଥିପାଇଁ ବାୟୁ ମଣ୍ଡଳ ରେ ପ୍ରବାହିତ ହେଉଥିବା ସଟ୍ରିମର କେବଳ ତାରା ମାନଙ୍କର ଭୂମଧ୍ୟସାଗରୀୟ କ୍ଷେତ୍ର ମଧ୍ୟରେ ସୀମିତ ଥିଲା l କିନ୍ତୁ ୨୦୨୪ ରେ ସୂର୍ଯ୍ୟ ନିଜର ଗତିବିଧି କୁ ନେଇ ଚର୍ଚାରେ l

ଏହି ସମୟରେ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ଖୁବ ଗୁନ୍ଥି ହେଲା ଭଳି ରହିବ l ଷ୍ଟ୍ରିମର୍ସ ବୋଧହୁଏ ସମ୍ପୂର୍ଣ କୋରୋନା ରେ ଦେଖାଯିବ l ଏହି ଗ୍ରହଣ ମେକ୍ସିକୋ କାନାଡ଼ା ପର୍ଯ୍ୟନ୍ତ ଦେଖାଯିବ l ସୂର୍ଯ୍ୟ ଗ୍ରହଣ ସମୟ ରେ ଗୋଟିଏ ସମୟ ଏଭଳି ଆସିଥାଏ ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ ଭାବରେ ସୂର୍ଯ୍ୟ ଙ୍କୁ ଢାଙ୍କି ଦେଇ ଥାଆନ୍ତି l ଗ୍ରହଣ ସମୟ ରେ ଏହାକୁ ଖାଲି ଆକ୍ଷିରେ ଦେଖିବା ଆଦୌ ଉଚିତ ନୁହେଁ l

ବୈଜ୍ଞାନିକ ଙ୍କ ମତ ରହୁଛି ଯେ ୨୦୧୭ ର ସୂର୍ଯ୍ୟ ଗ୍ରହଣ ଠାରୁ ଏହା ବ୍ୟାପକ ରହିବ l ନାସା ପକ୍ଷରୁ କୁହାଯାଇଛି ଯେ ଏହି ସମୟ ରେ କୋରୋନଲ ମାସ ଇଜେକ୍ସନ ମଧ୍ୟ ଦେଖି ପରିବା l ବିଶେଷ ଭାବରେ ଗ୍ରହଣ ପୃଥିବୀ ପାଇଁ କ୍ଷତିକାରକ ହୋଇନପାରେ, କିନ୍ତୁ ତଥାପି ଏହାକୁ ନେଇ ଅନେକ ଚେତାବନୀ ଦିଆଯାଉଛି l ବୈଜ୍ଞାନିକ ମାନେ ଲୋକ ମାନଙ୍କୁ ଇନ୍ଧନ, ଭୋଜନ ଓ ଜଳ ସ୍ଟକ ରଖିବା ପାଇଁ ଚେତାବନୀ ଦେଉଛନ୍ତି l ଏବଂ ଅପାତକାଳୀନ ଅଧିକାରୀ ମାନଙ୍କୁ ସ୍କୁଲ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଛନ୍ତି l

କାହିଁକି ଦିଆଯାଉଛି ଚେତାବନୀ –
ସୂର୍ଯ୍ୟ ଗ୍ରହଣ ସମୟ ରେ ଚନ୍ଦ୍ରମା କିଛି ସମୟ ପାଇଁ ସୂର୍ଯ୍ୟ ଙ୍କ ୟୁଭି କିରଣ କୁ ପୃଥିବୀ ପୃଷ୍ଠାକୁ ଆସିବାକୁ ଅଟକାଇ ଥାଏ l ଆମେରିକାର ଯେଉଁ ରାଜ୍ୟରେ ଏହି ଦୁର୍ଲଭ ଘଟଣା ଦେଖିବାକୁ ମିଳିବ ସେହି ସ୍ଥାନରେ ପର୍ଯ୍ୟଟକ ଅନେକ ମାତ୍ରାରେ ପହଂଚି ପାରନ୍ତି l ଏବଂ ରାସ୍ତା ଗୁଡିକ ଭିଡ଼ ହୋଇପାରେ ସେଥିପାଇଁ ଚେତାବନୀ ଦିଆଯାଉଛି l

Leave A Reply