ଆଜିର ଦୁନିଆରେ ଯାହାକୁ ଆମେ ଦେଖୁଛେ ସମସ୍ତେ ପ୍ରାୟ ମୋବାଇଲ ଫୋନ ଓ ସୋସିଆଲ ମିଡିଆରେ ବ୍ୟସ୍ତ l ଗୋଟିଏ ଅଧ୍ୟୟନ ଅନୁସାରେ ଏହି ସୋସିଆଲ ମିଡ଼ିଆ ଦ୍ୱାରା କେବଳ ଯୁବ ସମାଜ ପ୍ରଭାବିତ ରହୁ ନାହାନ୍ତି , ଛୋଟ ପିଲାଙ୍କ ଉପରେ ମଧ୍ୟ ସୋସିଆଲ ମିଡ଼ିଆର ଗମ୍ଭୀର ପ୍ରଭାବ ପଡୁଛି l ମେଣ୍ଟାଲ ହେଲଥ ଅଧିକ ପ୍ରଭାବିତ ରହୁଛି l ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ଆଦୌ ସେଫ ନୁହେଁ ବୋଲି ଏହି ଗବେଷଣ ରେ କୁହାଯାଇଛି l
ସୋସିଆଲ ମିଡ଼ିଆ କିଭଳି ଭାବରେ ପ୍ରଭାବ ପକାଇଥାଏ –
– ଆମେରିକା ସର୍ଜନ ର ଗୋଟିଏ ଆଡ଼ଭାଇଜରୀ ଅନୁସାରେ ଯଦି ଆପଣଙ୍କ ପିଲା ଅତ୍ୟଧିକ ସୋସିଆଲ ମିଡିଆରେ ସମ୍ପୃକ୍ତ ରହୁଛି ତେବେ ଏହା ତାର ନିଦ୍ରା କ୍ଷମତା କୁ ହ୍ରାସ କରିଥାଏ l ଏହାଛଡା ପିଲାଙ୍କ କନ୍ଫିଡେଂସ ଲେବୁଲ ହ୍ରାସ ହୋଇଥାଏ l କେବଳ ଏତିକି ନୁହେଁ ଖାଦ୍ୟପେୟ ମଧ୍ୟ ପ୍ରଭାବିତ ହୋଇଥାଏ l
– ସୋସିଆଲ ମିଡ଼ିଆ ପିଲା ମାନଙ୍କର ମାନସିକ ଗଠନ କୁ ପ୍ରଭାବିତ କରିଥାଏ l ୩ଘଣ୍ଟା ରୁ ଅଧିକ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଙ୍କ ମେଣ୍ଟାଲ ହେଲଥ ଉପରେ ପ୍ରଭାବ ପକାଇଥାଏ l ଏହାର ପରିଣାମ ସ୍ୱରୂପ ଏଙ୍ଗଯାଇଟି, ଡିପ୍ରେସନ, ଷ୍ଟ୍ରେସ ଭଳି ସମସ୍ୟା ଦେଖା ଯାଇଥାଏ l
– ଏହି ରିପୋର୍ଟ ର ସୂଚନା ଅନୁସାରେ କୁହାଯାଇଛି ଯେ ପିଲାମାନେ ଖୁବ କମ ବୟସରୁ ମୋବାଇଲ ର ବିପୁଳ ବ୍ୟବହାର ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖାଯାଉଛି l ଯାହାକି ପିଲା ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି l ପିଲାମାନେ ଖୁବ କ୍ରୋଧୀ ଓ ଯିଦିଆ ସ୍ୱଭାବର ହୋଇ ଯାଉଛନ୍ତି l
– ଛୋଟ ପିଲାମାନେ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଦ୍ୱାରା ମାନସିକ ଉପରେ ଖରାପ ପ୍ରଭାବ ପଡୁ ଥିବାରୁ ବଡ଼ ମାନଙ୍କ ପ୍ରତି ଆକ୍ରୋଶ ମୂଳକ ହୋଇ ଉଠୁଛନ୍ତି l ଯାହାକି ପିଲାଙ୍କ ଭବିଷ୍ୟତ ପାଇଁ ଠିକ ନୁହେଁ l ତେଣୁ ସମୟ ଥାଉ ଥାଉ ପିତାମାତା ସଚେତନ ରହିବା ଜରୁରୀ l