Odisha news

ଏହି ବିଶେଷ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ ପାଟିରେ ଦୁର୍ଗନ୍ଧ, କରନ୍ତୁ ଏହି ଘରୋଇ ଉପାୟ ରେ ଦୂର

0

ସାଧାରଣତଃ ଅଧିକାଂଶ ଲୋକଙ୍କ ର ମୁଖ ଗହ୍ୱର ରୁ ଅଧିକାଂଶ ସମୟ ଦୁର୍ଗନ୍ଧ ବାହାରି ଥାଏ l ଏହାକୁ ଡାକ୍ତରୀ ଭାଷାରେ ହେଲିଟୋଶିଶ କୁହାଯାଏ, ଏହା ଏକ ବ୍ୟାକ୍ଟେରିଆ ଅଟେ l କିଛି ଲୋକ ନିୟମିତ ଭାବରେ ସକାଳେ ଓ ସନ୍ଧ୍ୟାରେ ଦାନ୍ତ ବ୍ରସ କରି ଥାଆନ୍ତି, କିନ୍ତୁ ସେମାନଙ୍କ ମୁଖ ଗହ୍ୱରର ଦୁର୍ଗନ୍ଧ ଦୂର ହୋଇ ନଥାଏ l ବିଶେଷଜ୍ଞ ମାନଙ୍କ ମତରେ ଏହା ପାଟିରେ ରହୁଥିବା ବ୍ୟାକ୍ଟେରିଆ କାରଣରୁ ହୋଇଥାଏ l

କାହିଁକି ହୋଇଥାଏ ପାଟିରେ ଦୁର୍ଗନ୍ଧ ସମସ୍ୟା –
ଖାଦ୍ୟ ପାନୀୟର ଅବ୍ୟବସ୍ଥା ଓ ଖରାପ ଜୀବନ ଶୈଳୀ କାରଣରୁ ଦାନ୍ତ ଓ ପାଟି ବ୍ୟାକ୍ଟେରିଆ ଦ୍ୱାରା ପ୍ରଭାବିତ ହୋଇଥାଏ l ଯେଉଁ କାରଣରୁ ମୁଖ ଗହ୍ୱର ଦୁର୍ଗନ୍ଧ, ପାଇରିଆ ଇତ୍ୟାଦି ଦେଖା ଦେଇଥାଏ l ତେଣୁ ଏହାର କାରଣ ଶରୀରରେ ଜିଙ୍କ ର କମି, ତମ୍ବାଖୁ ସେବନ ଓ ମଧୁମେହର କାରଣ ବୋଲି କୁହାଯାଇ ଥାଏ l

ଘରୋଇ ଉପାୟ –
* ଗୋଟିଏ ଗ୍ଲାସ ପାଣିରେ ସାମାନ୍ୟ ଫିଟିକିରି ପକାଇ ତାକୁ ୧୫ -୨୦ ମିନିଟ ପର୍ଯ୍ୟନ୍ତ ସେହିଭଳି ଛାଡି ଦିଅନ୍ତୁ l ଏହି ପାଣିକୁ ଗୋଟିଏ କାଚ ବୋତଲରେ ଭରି ରଖନ୍ତୁ l ପ୍ରତିଦିନ ରାତିରେ ଦାନ୍ତ ଘଷି ସରିଲା ପରେ ଏହି ଫିଟିକିରି ପାଣିରେ କୁଳି କରନ୍ତୁ l ଏପରି ନିୟମିତ କରିବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହେବ l

* ପାଟି ଦୁର୍ଗନ୍ଧ ରୁ ନିଜକୁ ଦୁରେଇ ରଖିବା ପାଇଁ ଅଧିକ ରୁ ଅଧିକ ପାଣି ପିଇବା ଆବଶ୍ୟକ l ପାଣି ପାଟିରେ ରହୁଥିବା ବ୍ୟାକ୍ଟେରିଆ ର ପ୍ରଭାବ କୁ କମ କରିଥାଏ l

* ବେକିଙ୍ଗ ପାଉଡର ପାଟିର ଦୁର୍ଗନ୍ଧ କୁ ଦୂର କରିଥାଏ l ତେଣୁ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ବେକିଙ୍ଗ ପାଉଡର ମିଶାନ୍ତୁ l ଏହାପରେ ଏହି ପାଣିକୁ ନିୟମିତ ଭାବରେ କୁଳି କରନ୍ତୁ l ଏହାଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ l

Leave A Reply