Odisha news

ଆବଶ୍ୟକତା ଠାରୁ ଅଧିକ ଶୋଇବା ଆଣିଦେଇ ଥାଏ ଜୀବନ ପ୍ରତି ବିପଦ : ରିସର୍ଚ୍ଚ

0

ଆମ ଜୀବନ ରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ କିଛିଟା ନୀତି ନିୟମ ଓ ସମୟ ସୀମା ରହିଛି l କିନ୍ତୁ ନିର୍ଦ୍ଧିଷ୍ଟ ସୀମା ଠାରୁ ଅଧିକ ହୋଇଥିଲେ ତାହା ଜୀବନ ଓ ଶରୀର ପାଇଁ ବିପଦର କାରଣ ହୋଇଥାଏ l ଯେପରିକି ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ରୋଗର କାରଣ ହୋଇଥାଏ l ସେହିଭଳି କିଛି ଲୋକ ଅଛନ୍ତି ଯିଏ କି ଖୁବ ଅଧିକ ଶୋଇବାକୁ ପସନ୍ଦ କରନ୍ତି ଏବଂ ବିନା କାରଣ ରେ ଦିନ ଦିନ ଧରି ବିଛଣା ରେ ପଡ଼ିବାକୁ ଭଲ ପାଆନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ୱାରା ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ l

* ଜର୍ଣ୍ଣାଲ ପିଏଲଓଏସ ର ଅଧ୍ୟୟନ ଅନୁସାରେ ଜଣେ ବ୍ୟକ୍ତି ୮ ରୁ ୯ ଘଣ୍ଟା ଶୋଇବା ଜରୁରୀ ଅଟେ l ନଚେତ ଏହା ଜୀବନ ପ୍ରତି ବିପଦର କାରଣ ହୋଇଥାଏ l ଏହି ଅଧ୍ୟୟନ ଅନୁସାରେ ୯ ଘଣ୍ଟାରୁ ଅଧିକ ଜଣେ ବ୍ୟକ୍ତି ଶୋଇବା ଦ୍ୱାରା ମଧୁମେହ ରେ ପୀଡିତ ହୋଇଥାଏ l

* ଆମେ ଅଧିକ ଶୋଇବା ଦ୍ୱାରା ଆମ ଫିଜିକାଲ ଆକ୍ଟିଭିଟି କମି ଯାଇଥାଏ, ଏବଂ ଆମର ଅଳସୁଆମୀ ପାଇଁ ଓଜନ ବୃଦ୍ଧି ହୋଇଥାଏ ଏବଂ ଆମେ ମୋଟାପା ର ମଧ୍ୟ ଶିକାର ହୋଇଥାଉ l

* ଅଧିକ ଶୋଇବା ଦ୍ୱାରା ଆମ ଡ଼ାଈଜେଷ୍ଟିଭ ସିଷ୍ଟମ ପ୍ରଭାବିତ ହୋଇଥାଏ, ଏବଂ ପାଚନ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହୋଇଥାଏ l ଖାଦ୍ୟ ହଜମ ନହୋଇ ଗ୍ୟାସ ଏସିଡ଼ିଟି ପ୍ରଭୃତି ସମସ୍ୟା ଦ୍ରୁତ ବେଗରେ ବୃଦ୍ଧି ହୋଇଥାଏ l ପେଟ ସଫା ହେବାରେ ମଧ୍ୟ ଅସୁବିଧା ହୋଇଥାଏ l

* ଅଧିକ ଶୋଇବା ବଡିବାର ଶରୀର ଆକ୍ଟିଭ ହୋଇ ନଥାଏ, ଏହି କାରଣରୁ ମାନସିକ ସ୍ତରରେ ବିକାର ଦେଖାଯାଇ ଥାଏ l ଏବଂ ମଣିଷ ବିଭିନ୍ନ ପ୍ରକାର ମାନସିକ ରୋଗରେ ପୀଡିତ ହୋଇ ଡିପ୍ରେସନ ଆଡକୁ ଟାଣି ହୋଇ ଯାଇଥାଏ l ତେଣୁ ଅଧିକ ମାତ୍ରାରେ ଶୋଇବା ମଧ୍ୟ ଉଚିତ ନୁହେଁ l

Har Ghar Tiranga

Leave A Reply