ଗବେଷକ ମାନେ ଗବେଷଣା ରେ ଜାଣିବାକୁ ପାଇଛନ୍ତି ଯେ ଶରୀର ର ସ୍ଟେମ ସେଲସ ରୁ କିପରି ତ୍ୱଚା ନିର୍ମାଣ ହୋଇଥାଏ ଓ ଲ୍ୟାବ ରେ ଏହାର କିଛିଟା ପୁନରୁଦ୍ଧାର କରିଛନ୍ତି l ଏହି ଗବେଷଣା ରେ ମଣିଷଙ୍କ ତ୍ୱଚା ପ୍ରତ୍ୟାରୋପଣ ପାଇଁ କୃତ୍ରିମ ତ୍ୱଚା ମିଳି ପାରିବ l ଗବେଷକ ମାନେ ଏଭଳି ଜିନିଷ ପ୍ରସ୍ତୁତ କରିଛନ୍ତି ଯାହାକି ତ୍ୱଚା ର କୋଷିକା ଉପରେ ବାୟୋଲୋଜିକାଲ ପିରିୟ୍ଡ଼ସ କୁ ୩୦ ବର୍ଷ ପଛକୁ କରିଦେଇ ପାରେ l ୪ଟି ପ୍ରୋଟିନ ଯାହା କୋଷିକା ର ସ୍ଟେମ କୋଷିକକୁ ପରିବର୍ତନ କରିପାରେ l ଏହା ଆଂଶିକ ରୂପରୁ ସମ୍ପୂର୍ଣ ଭାବରେ ପରିବର୍ତ୍ତନ କରିପାରେ l
ଲ୍ୟାବ ରେ ହୋଇଥିବା ରିସର୍ଚ୍ଚ ଅନୁସାରେ ବୃଦ୍ଧ ଶରୀର ର ତ୍ୱଚା କୁ ଯୁବକ ତ୍ୱଚା ରେ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି l ପୁନର୍ବାର ଏହି ପ୍ରକ୍ରିୟା ଏପିଜିନୋମ କୁ ରିସେଟ କରିପାରେ l କୋଷିକା କୁ ପରିବର୍ତନ କରି ସ୍ଟେମ କୋଷିକାର ପରିବର୍ତ୍ତନ କରିପାରେ l
– କଣ ରହିଛି ଉପାୟ –
– ସ୍କିନ କେୟାର ରୁଟିନ କୁ ଉପଯୋଗ କରିବା
– ସାନସ୍କ୍ରୀନ ଲଗାଇବା ଓ ଖରାକୁ କମ ବାହାରିବା
– ନିଜ ଖାଦ୍ୟରେ ସୁଧାର ଆଣିବା
– ଧୁମ୍ରପାନ ତ୍ୟାଗ କରିବା
– ମାନସିକ ଚିନ୍ତା ହ୍ରାସ କରିବା
– ଉଚିତ ମାତ୍ରା ର ପାଣି ପିଇବା ଓ ଭଲ ନିଦ୍ରାରେ ଶୋଇବା
– ଏହି ଗବେଷଣା ରେ ଗବେଷକ ମାନେ କୃତ୍ରିମ ତ୍ୱଚା ନିର୍ମାଣ କରିବାର ଚେଷ୍ଟା ଚଳାଇଛନ୍ତି l ଏବଂ ଏହି କୃତ୍ରିମ ତ୍ୱଚାକୁ ମଣିଷ ତ୍ୱଚା ରେ ପ୍ରତ୍ୟାରୋପଣ କରାଯାଇ ପାରିବ ଏହା ବୈଜ୍ଞାନିକ ମାନଙ୍କର ଚେଷ୍ଟା ରହିଛି l