Odisha news

୯ଦଫା ଦାବି ନେଇ କଂଗ୍ରେସର ସିମୁଳିଆ ବ୍ଲକ ଘେରାଉ

0

ସିମୁଳିଆ-୧୨/୦୯ : ସିମୁଳିଆ କଂଗ୍ରେସ ପକ୍ଷରୁ ନଅ ଦଫା ଦାବି ନେଇ ବ୍ଲକ କଂଗ୍ରେସ,ଯୁବ କଂଗ୍ରେସ ପକ୍ଷରୁ ସିମୁଳିଆ ବ୍ଲକ ଘେରାଉ କରାଯାଇଥିଲା । ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକ କଂଗ୍ରେସ ପକ୍ଷରୁ ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ଶେଖର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା । ଏହି ଅବସରରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଅଂଶଗ୍ରହଣ କରିଥିଲେ । ଏକ ବିଶାଳ ବାଇକ ରାଲିରେ ଶ୍ରୀ ରାଉତରାୟଙ୍କୁ କଳାଶୁଣୀ ଛକ ନିକଟରୁ ବ୍ଲକ ପର୍ଯ୍ୟନ୍ତ ଅଣା ଯାଇଥିଲା । ବ୍ଲକ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ,ସାଂସଦ ପ୍ରାର୍ଥୀନୀ ମଧୁମିତା ସେଠୀ, ସିମୁଳିଆ ବ୍ଲକ କଂଗ୍ରେସ ସଭାପତି ଅନିରୁଦ୍ଧ ବେହେରା,ବାଲେଶ୍ୱର ଜିଲ୍ଲା ପ୍ରଭାରୀ ମନୋଜ ବିଶ୍ୱାଳ, ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ନିରଂଜନ ବେହେରା ପ୍ରମୁଖ ଯୋଗଦେଇ ବ୍ଲକ ବ୍ୟାପକ ପିସି କାରବାର,ଆବସ ଯୋଜନାରେ ଦୁର୍ନିତୀ,ଦରଦାମ ବୃଦ୍ଧି, ବେକାରୀ ,ନାରୀ ନିର୍ଯ୍ୟାତନା,ଚାଷୀ ମାରଣ ନୀତି ଓ ଟାଟା ଖାଉଟି ବିରୋଧି ନୀତି ବିରୋଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ ଏକ ନଅ ଦଫା ଦାବି ସଂମ୍ବଳିତ ଦାବିପତ୍ର ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । (ଫଟୋ)

Nalco

Leave A Reply