Odisha news

ପିକଅପ ଧକ୍କାରେ ସ୍କୁଲ ଛାତ୍ର ଗୁରୁତର ଆହତ

0

ସିମୁଳିଆ-୦୯/୦୯ : ପିକଅପ ଧକ୍କାରେ ସ୍କୁଲ ଛାତ୍ର ଗୁରୁତର ଅବସ୍ଥାରେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବାବେଳେ ଅବସ୍ଥା ଅଧିକ ଗୁରତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥରେ ଥିବା ବିଦୁ୍ୟତ କାର୍ଯ୍ୟାଳୟ ସମ୍ମୁଖରେ ଦୃତଗତିରେ ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଏକ ପିକଅପ ଭ୍ୟାନ ସାଇକେଲରେ ଘରକୁ ଫେରୁଥିବା ଛାତ୍ର ଆନନ୍ଦ ସରକାରଙ୍କୁ ଧକ୍କା ଦେଇଥିଲା । ଫଳରେ ଆନନ୍ଦ ରାସ୍ତାକୁ ଛିଟକି ପଡି ମୁଣ୍ଡରେ ଆଘାତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ଆନନ୍ଦଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛାତ୍ର ଜଣଙ୍କ ବରି ପଞ୍ଚାୟତର ବରି ପଡିଆ ରାମ ସରକାରଙ୍କ ପୁଅ ଆନନ୍ଦ ସରକାର(୧୪)ବର୍ଷ ସେ ୭ମ ଶ୍ରେଣୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ବୋଲି ଜଣାପଡିଛି

Nalco

Leave A Reply