Odisha news

ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ଼ ଭାଇ ଅୟାଜୁଦ୍ଦିନ ଗିରଫ ‌

0

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଦିକି ବଲିଉଡର ଅନ୍ୟତମ ଦକ୍ଷ ଅଭିନେତା। ନୱାଜ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ବିଭିନ୍ନ ପ୍ରକାରର ଭୂମିକାରେ ଅଭିନୟ କରି ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ହେଲେ ଗତ କିଛି ମାସ ହେଲାଣି ‌ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦରେ ରହିଆସିଛନ୍ତି। ପୂର୍ବରୁ ପତ୍ନୀଙ୍କ ସହ ବିବାଦ ପାଇଁ ଚର୍ଚ୍ଚାରେ ଥିବ‌ା ନୱାଜ୍ ଏବେ ନିଜ ବଡ଼ ଭାଇ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତାଙ୍କ ବଡ ଭାଇ ଅୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ, ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟଙ୍କ ତରଫରୁ ଚକବନ୍ଦୀ ବିଭାଗକୁ ଏକ ଜାଲ୍ ନ‌ୋଟିସ୍ ଜାରି କରିଥିଲେ। ଜାଭେଦ ଇକବାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଲିଥିବା ଚାଷ ଜମି ବିବାଦ ପାଇଁ ସେ ଏଭଳି କରିଥିଲେ। ହେଲେ ପରେ ଜାରି କରାଯାଇଥିବା ନକଲି ନ‌ୋଟିସ୍ ବିଷୟରେ ଜାଣି ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟ ଏନେଇ ଅଭିଯୋଗ ଦାଖଲ କରିଥିଲେ। ଏତଲା ପରେ ପୁଲସ ଭାରତୀୟ ଆଇପିସି ଧାରା ୪୨୦, ୪୬୭, ୪୬୮, ଏବଂ ୪୭୧ ଅନୁଯାୟୀ ଅୟାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କରିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ୨୦୧୮ରେ ଅୟାଜୁଦ୍ଦିନ ସିଦ୍ଦିକି ସୋସିଆଲ ମିଡିଆରେ ଆପତ୍ତିଜନକ ଫଟୋ ସେୟାର କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା।

Leave A Reply