Odisha news

ମହାଶିବରାତ୍ରୀ ରେ ଭକ୍ତଙ୍କୁ ମିଳିବ ମହାଦେବ ଙ୍କ ଦିବ୍ୟ କୃପା, ଏକ ସଙ୍ଗରେ ଲାଭ ହେବ ୩ଟି ବ୍ରତର ପୁଣ୍ୟ ଫଳ

0

ମହାଶିବରାତ୍ରୀ ର ପର୍ବ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ବିବାହ ଉପଲକ୍ଷେ ପାଳିତ ହୋଇଥାଏ l ଏହି ପର୍ବ ପ୍ରତିବର୍ଷ ଫାଲ୍ଗୁନ ମାସ ର କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ପାଳିତ ହୋଇଥାଏ ଏବଂ ଚଳିତଥର ଏହି ଶୁଭ ତିଥି ମାର୍ଚ୍ଚ ୮ତାରିଖ ରେ ପାଳିତ ହେବାକୁ ଯାଉଛି l ପୌରାଣିକ ମାନ୍ୟତା ଅନୁସାରେ , ମହାଶିବରାତ୍ରୀ ରେ ବିଧି ବିଧାନ ଅନୁସାରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜାର୍ଚନା କରାଯାଇ ଥାଏ l ଏପରି କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l

ଏହିଦିନ ଘଟୁଛି ଏହିସବୁ ଦୁର୍ଲଭ ଯୋଗ –
* ମହାଶିବରାତ୍ରୀ ଦିନ ଆପଣ ପ୍ରଦୋଷ ତିଥିର ବ୍ରତ ମଧ୍ୟ ପାଳନ କରିପାରିବେ l ବିଶେଷ ଭାବରେ ପ୍ରଦୋଶତିଥି ର ବ୍ରତ ତ୍ରୟୋଦଶୀ ଦିନ ପାଳନ କରାଯାଇ ଥାଏ l ଚଳିତ ଥର ଏହି ତିଥି ଅକ୍ଟୋବର ୭ତାରିଖ ରୁ ଆରମ୍ଭ ହୋଇ ୮ତାରିଖ ପର୍ଯ୍ୟନ୍ତ ରହିବ l ତେଣୁ ପ୍ରଦୋଷ ତିଥି ର ବ୍ରତ ୮ତାରିଖ ରେ ମଧ୍ୟ ପାଳନ କରାଯିବ l ତେଣୁ ଏହି ବ୍ରତର ବିଶେଷ ପ୍ରଭାବ ରହିବ l

* ମହାଶିବରାତ୍ରୀ ବ୍ରତ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ଉପଲକ୍ଷେ ପାଳନ ହୋଇଥାଏ l ବିଧି ବିଧାନ ଭାବରେ ଏହି ବ୍ରତ କୁ ପାଳନ କରିବା ଦ୍ୱାରା ମହାଦେବ ଙ୍କ ବିଶେଷ କୃପା ଲାଭ ହୋଇଥାଏ l ମହାଶିବରାତ୍ରୀ ପର୍ବ ମାର୍ଚ୍ଚ ୮ତାରିଖ ରେ ପାଳିତ ହେବ l ଚଳିତ ଥର ମହାଶିବରାତ୍ରୀ ରେ ନିଶିଥ କାଳ ରେ ଚତୁର୍ଦଶୀ ତିଥି ରହିବ ଓ ମହାଦେବ ଙ୍କ ପୂଜା ବିଧି ରହିବ l

* ଏହିଦିନ ମା ଗୌରୀ ଙ୍କ ର ବିଶେଷ ପୂଜା ବିଧି ରହିଛି ଓ ମା ଗୌରୀଙ୍କ ନିକଟରେ ଏହିଦିନ ହଳଦୀ, କର୍ପୁର ଓ ଘୃତ ଅର୍ପଣ କରାଯିବା ଦ୍ୱାରା ଜୀବନ ରେ ଅନେକ କାର୍ଯ୍ୟରେ ସୁଫଳ ମିଳିବ l ଚଳିତ ଥର ଶିବରାତ୍ରୀ ରେ ସର୍ବାର୍ଥ ସିଦ୍ଧି ଯୋଗ, ଶିବ ଯୋଗ, ସିଦ୍ଧି ଯୋଗ ଘଟିବ l

Nalco

Leave A Reply