Odisha news

ଶ୍ରାବଣମାସରେ କିଣନ୍ତୁ ଏହି ୧୦ଟି ଜିନିଷ : ବଦଳିଯିବ ଭାଗ୍ୟ

0

ବର୍ତମାନ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ତମାନ ମହାଦେବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଚାଲିଛି l  ଏହା ଗୋଟିଏ ପବିତ୍ର ମାସ ଅଟେ l ମାନ୍ୟତା ରହିଛି ଯେ ଏହି ମାସରେ ମହାଦେବଙ୍କ କିଛିଟା ପ୍ରିୟ ବସ୍ତୁ ଯଦି କିଣା ଯାଇଥାଏ ତେବେ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ l

– ଏହି ମାସରେ ମହାଦେବଙ୍କ ପ୍ରିୟ ରୁଦ୍ରାକ୍ଷ କିଣି ଘରକୁ ଆଣି ଶୁଭ ଅଟେ, ଏବଂ ଏହାକୁ ମହାଦେବ ଙ୍କ ନିକଟରେ ରଖି ନିୟମିତ ଚନ୍ଦନ ଓ ବେଲପତ୍ର ଦେବା ଶୁଭ ହୋଇଥାଏ l

– ଶ୍ରାବଣ ମାସରେ ଗୋଟିଏ ଡମ୍ବରୁ କିଣି କୌଣସି ଛୋଟପିଲାଙ୍କ ଉପହାର ଭାବରେ ଦେବା ଦ୍ୱାରା ଭାଗ୍ୟରେ ପରିବର୍ତନ ଆସିଥାଏ l

– ତମ୍ବାର କଳସ କିଣି ଶ୍ରାବଣ ମାସରେ କୌଣସି ଶିବ ମନ୍ଦିରରେ  ମହାଦେବ ଙ୍କୁ ଅର୍ପଣ କରନ୍ତୁ , ଏହାଦ୍ୱାରା ଭାଗ୍ୟରେ ପରିବର୍ତନ ଆସିଥାଏ l

– ରୁପାର ବେଲପତ୍ର ଟିଏ କିଣି ଏହି ମାସରେ ଘରକୁ ଆଣନ୍ତୁ ଏବଂ ତାହାକୁ ସଂକଳ୍ପ କରି ମହାଦେବ ଙ୍କ ନିକଟରେ ରଖି ଦିଅନ୍ତୁ l

– ରୂପା ରେ ତିଆରି ହୋଇଥିବା ଗୋଟିଏ ନନ୍ଦୀ କିଣନ୍ତୁ, ଏହା ଆର୍ଥିକ ଅସୁବିଧାରୁ ମୁକ୍ତି ଦେବ l

– ଶ୍ରାବଣ ମାସରେ ଯଦି ରୁପା ଚନ୍ଦ୍ର ସହିତ ମୋତି ଥିବ କିଣିବେ ତେବେ ଏହାଦ୍ୱାରା ଆପଣଙ୍କର ସମସ୍ତ ଗ୍ରହ ଶାନ୍ତ ହେବେ ଏବଂ ଆପଣଙ୍କ ମନୋବଳ ବଢିବ l

– ଏହି ମାସର ଯେକୌଣସି ଦିନ ଆପଣ ଗୋଟିଏ ରୁପା କଡା କିଣି ତାହାକୁ ମହାଦେବଙ୍କ ନିକଟରେ ଚୁଆଇଁ ନିଜ ଦକ୍ଷିଣ ହସ୍ତ ରେ ଧାରଣ କରନ୍ତୁ , ଯାହାଦ୍ୱାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ l

– ଭସ୍ମ ମହାଦେବ ଙ୍କର ଖୁବ ପ୍ରିୟ ଅଟେ, ଏହି ମାସରେ କିଛି ଭସ୍ମ କିଣି ତାହାକୁ ମହାଦେବ ଙ୍କ ନିକଟରେ ଗୋଟିଏ ରୁପା ଡବାରେ ପୁରାଇ ରଖନ୍ତୁ l ଘରର ସମସ୍ତ ଅସୁବିଧା ଦୂର ହୋଇଯିବ l

– ତ୍ରିଶୂଳ ଏହି ମାସରେ କିଣି ନିଜ ଘରେ ମହାଦେବଙ୍କୁ ଅର୍ପଣ କରନ୍ତୁ, ଏହାଦ୍ୱାରା ମହାଦେବଙ୍କ କୃପା ମିଳିବ ଏବଂ ସମସ୍ତ ଖରାପ ପରିସ୍ଥିତି ରୁ ମଧ୍ୟ ଦୁରେଇ ରହିବେ l

– ଶ୍ରାବଣ ମାସରେ ଗୋଟିଏ ଯୋଡ଼ା ନାଗ ରୁପାର କିଣି ମନ୍ଦିର ରେ ଦାନ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l

Leave A Reply