Odisha news

ଆଜି ହେଉଛି କାର୍ତ୍ତିକ ମାସ ର ୪ର୍ଥ ସୋମବାର : ମହାଦେବଙ୍କ ନିକଟରେ କରନ୍ତୁ ଏହିସବୁ ଉପାୟ , ଦୂର ହେବ ଦାମ୍ପତ୍ୟ ଜୀବନର କଳହ ଓ ହେବ ସୁଖ ଶାନ୍ତି ପ୍ରାପ୍ତି

0

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ଗୋଟିଏ ପବିତ୍ର ମାସ l ବିଶେଷ ଭାବେ ଏହି ମାସରେ ସୋମବାର ଦିନର ବିଶେଷ ମହତ୍ୱ ରହିଥାଏ l ସୋମବାର ଦିନ ମହାଦେବ ଓ ବିଷ୍ଣୁ ଙ୍କୁ ମିଳିତ ଭାବେ ପୂଜାର୍ଚନା କରାଯାଇ ଥାଏ l କାର୍ତିକ ମାସ ଚତୁର୍ମାସ୍ୟା ର ଶେଷ ଓ ପବିତ୍ର ମାସ ହୋଇଥାଏ l

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏହିଦିନ ଯଦି ଏହିଦିନ ପବିତ୍ର ମନରେ ମହାଦେବ ଙ୍କୁ ପୂଜା ଅର୍ପଣ କରିବା ଆବଶ୍ୟକ l ହିନ୍ଦୁ ଧର୍ମରେ ଭଗବାନ ଶିବ ଙ୍କୁ ଖୁବ ଦୟାଳୁ ଭଗବାନ ବୋଲି କୁହାଯାଇ ଥାଏ l କୁହାଯାଏ ଯେ ଭଗବାନ ଶିବ ମାତ୍ର ଗୋଟିଏ ଲୋଟା ଜଳରେ ପ୍ରସନ୍ନ ହୋଇ ଥାଆନ୍ତି l

ଆଜିର ଦିନରେ କରନ୍ତୁ ଏହି ବିଶେଷ ଉପାୟ :-
* ଆଜିର ଦିନରେ ମହାଦେବ ଙ୍କୁ ପଞ୍ଚାମୃତ ରେ ସ୍ନାନ କରାଇବା ଖୁବ ଶୁଭ ଅଟେ l ଭୋଳାନାଥ ଙ୍କୁ ସ୍ନାନ କରାଇବା ପରେ ଚନ୍ଦନ , ଦୁଦୁରା ଫୁଲ , ଶମୀ ପତ୍ର ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ମହାଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

– ଆଜିର ଦିନରେ ମହାଦେବ ଙ୍କ ନିକଟରେ ରୁଦ୍ରାଭିଷେକ କରିବା ଦ୍ୱାରା ବ୍ୟକ୍ତିର ଜୀବନ ରେ ସମସ୍ତ ସମସ୍ୟା ଦୂର ହୋଇଥାଏ l

– ଯେଉଁମାନେ ସନ୍ତାନ ହୀନ ସନ୍ତାନ ପ୍ରାପ୍ତି ପାଇଁ ଆଜିର ଦିନରେ ମହାଦେବ ଙ୍କ ନିକଟରେ ଘିଅ ରେ ଅଭିଷେକ କରାଇବା ଶୁଭ ଅଟେ l ଯାହାଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ l

– ଗଙ୍ଗା ଜଳରେ ମହାଦେବ ଙ୍କୁ ଅଭିଷେକ କରାଇବା ଦ୍ୱାରା ସମସ୍ତ ଦୁଃଖ ଓ ପାପରୁ ମୁକ୍ତି ମିଳିଥାଏ l

– କାର୍ତିକ ସୋମବାର ରେ ଆଖୁ ରସରେ ଅଭିଷେକ କରାଇବା ଦ୍ୱାରା ଆର୍ଥିକ ଅନାଟନ ଦୂର ହୋଇଥାଏ l

– ମହାଦେବ ଙ୍କ ନିକଟରେ ୧୦୮ ଥର ଶିବ ପଞ୍ଚକ୍ଷରୀ ପାଠ କରିବା ଦ୍ୱାରା ଜୀବନ ରୁ ନକାରାତ୍ମକ ଶକ୍ତି ର ପ୍ରଭାବ ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ର ଆଗାମନ ହୋଇଥଏ l

– ଆଜିର ଦିନରେ ଶିବ ମନ୍ଦିର ରେ ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l ଦାମ୍ପତ୍ୟ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ l

Har Ghar Tiranga

Leave A Reply