Odisha news

ଘାସ ବଦଳରେ ମେଣ୍ଢା ଖାଇଲା ୧୦୦ କେଜି ଭାଙ୍ଗ , ତାପରେ ଘଟିଲା ଏହିପରି 

0
ଥରେ ଭାବିଲେ ଦେଖି ଘାସ ଭାବି ଯଦି ମେଣ୍ଢା ଖାଇଦିଅନ୍ତି ଭାଙ୍ଗ ତେବେ କଣ ହେବ ? ହଠାତ କିଛି ମେଣ୍ଢାଙ୍କ ବ୍ୟବହାର ରେ ପରିବର୍ତନ ଆସିଥିଲା ; ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ଗ୍ରୀସ ରେ ପ୍ରଚଣ୍ଡ ବନ୍ୟା ଆସିଥିଲା l  ଯାହାଦ୍ୱାରା କେବଳ ମଣିଷ ନୁହେଁ ଜୀବଜନ୍ତୁ ଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା l ମିଳିଥିବା ସୂଚନା ଅନୁସାରେ ଘାସ ଚରିବାକୁ ଯାଇଥିବା ମେଣ୍ଢାମାନେ ଭାଙ୍ଗ ଖାଇ ଦେଇଥିଲେ l ସେହି ଭାଙ୍ଗ କିଛି କମ ମାତ୍ରାର ନଥିଲା ପାଖାପାଖି ୧୦୦ କେଜି ରୁ ଅଧିକ  ଥିଲା l ଏହାପରେ ସେହି ମେଣ୍ଢାମାନେ ଅଦ୍ଭୁତ ବ୍ୟବହାର କରିବାକୁ ଲାଗିଥିଲେ l ଜଣାପଡିଥିଲା ଯେ ବନ୍ୟା କାରଣରୁ ଏହି ମେଣ୍ଢାମାନେ ଭୋକିଲା ଥିଲେ , ଯେଉଁ କାରଣରୁ ଭାଙ୍ଗ କିଆରୀ ଆଡକୁ ମୁହାଁଇ ଗଲେ l ମେଣ୍ଢାମାନେ ଭାଙ୍ଗ ଖାଇ ଖୁବ ଉଚ୍ଚ କୁ କଉଡ଼ିବାକୁ ଲାଗିଲେ l
କିଛି ମେଣ୍ଢା ମଧ୍ୟ ଗଛ ଉପରକୁ ଚଢ଼ିଯାଇ ଏକ ସାଙ୍ଗରେ ବୋବାଇବାକୁ ଲାଗିଲେ l ଯାହାଦ୍ୱାରା ସେହି ସ୍ଥାନଟି କିଛି ସମୟ ପାଇଁ କୋଳାହଳ ରହିଲା l ହଠାତ କି ମେଣ୍ଢା ମାନଙ୍କର ବ୍ୟବହାର ଜଣାପଡି ନଥିଲା l କିନ୍ତୁ ଯେତେବେଳେ ସେଠାକାର ଜଣେ କୃଷକ ତାଙ୍କ ଭାଙ୍ଗ କ୍ଷେତ ମେଣ୍ଢାମାନେ ନଷ୍ଟ କରିଥିବାର ପ୍ରମାଣ ଦେଇଥିଲେ, ସେତେବେଳେ ଜଣାପଡିଲା ଯେ ମେଣ୍ଢା ମାନଙ୍କର ଏଭଳି ବ୍ୟବହାରର କାରଣ ଭାଙ୍ଗ ବୋଲି l ଏହାପରେ ସେହି ମେଣ୍ଢାମାନେ ଏଣେତେଣେ ଦଉଡି ଅନେକ କ୍ଷେତ କୁ ମଧ୍ୟ ନଷ୍ଟ କରିଥିଲେ l କିଛି ସମୟ ପରେ ଆନିମଲ ରେଶକୀୟୁ ବିଭାଗ ଆସି ସେହି ମେଣ୍ଢା ଗୁଦିଙ୍କୁ ଉଦ୍ଧାର କରିଥିଲେ l
Nalco

Leave A Reply