Odisha news

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ

0

ଭୁବନେଶ୍ୱର, ୨୭/୦୯/୨୦୨୪ : ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ୨୦୨୪ ମସିହା ପାଇଁ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏହି ତାଲିକା ସମଗ୍ର ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଗବେଷଣା ଏବଂ ନିବେଶରେ ଉତ୍କର୍ଷକୁ ଆଲୋକିତ କରିଥାଏ । ପ୍ରଫେସର ଘୋଷ ତାଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ଏବଂ ପ୍ରକାଶନକୁ ନେଇ ଏହା ହାସଲ କରିଛନ୍ତି । ତାଙ୍କର ଗବେଷଣାର ବିଷୟବର୍ଗ ହେଉଛି ‘କୃତି୍ରମ ବୁଦ୍ଧିମତା ଓ ଇମେଜ୍‌ ପ୍ରକ୍ରିୟାକରଣ ।’
ଗତ ସପ୍ତାହ ଆରମ୍ଭରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ୨୨ଟି ବୈଜ୍ଞାନିକ କ୍ଷେତ୍ର ଓ ୧୭୪ଟି ଉପକ୍ଷେତ୍ର ନେଇ ଏହି ବିଶ୍ୱସ୍ତରୀୟ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ୨,୨୩,୨୫୨ ଜଣଙ୍କ ମଧ୍ୟରୁ ୨୦୨୩ ପାଇଁ ୫୩୫୨ ଜଣ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଫେସର ଘୋଷ ମତାମତ ଦେଇଛନ୍ତି ଯେ ‘ସେ ଏହି ସଫଳତା ପାଇଁ ଖୁସି ଯେ ତାଙ୍କ କାର୍ଯ୍ୟ ଗ୍ଲୋବାଲ ଫୋରମ୍‌ରେ ଅନ୍ତର୍ଭୁକ୍ତ ହୋଇଛି ।’ ବାସ୍ତବରେ ସେ କହିଛନ୍ତି ଯେ କୃତି୍ରମ ବୁଦ୍ଧିମତାର ଡୋମେନ୍‌ ବିସ୍ତୃତ ଓ ଟେକ୍‌ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ କରିବାରେ ଅନେକ ସମ୍ମାବନା ପ୍ରଦାନ କରେ ।

Nalco

Leave A Reply