Odisha news

ଆଜି ହେଉଛି ଶ୍ରୀ ସତ୍ୟ ସାଇ ବାବାଙ୍କ ମହାପ୍ରୟାଣ ଦିବସ : ଆସନ୍ତୁ ଜାଣିବା ସେହି ମହାନ ଆଧ୍ୟାତ୍ମିକ ଗୁରୁଙ୍କ ବିଷୟରେ

0

ବିକ୍ରମକେଶରୀମହାନ୍ତି : ବିଗତ ୬୮ ବର୍ଷ ମଧ୍ୟରେ ଭାରତର ସଂଖ୍ୟାଧିକ ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁଙ୍କ ମଧ୍ୟରେ ଶ୍ରୀ ସତ୍ୟ ସାଇବାବା ଥିଲେ ଅନ୍ୟତମ । ତାଙ୍କ ପିଲା ଦିନର ନାମ ଥିଲା ସତ୍ୟ ନାରାୟଣ ରାଜୁ । ୧୯୨୬ ମସିହା ନଭେମ୍ବର ୨୩ ତାରିଖରେ ଆନ୍ଦ୍ର ପ୍ରଦେଶର ପୁଟ୍ଟପର୍ତ୍ତୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କେବଳ ଭାରତ କାହିଁକି ସମଗ୍ର ବିଶ୍ୱରେ ତାଙ୍କର ଅସଂଖ୍ୟ ଅନୁଗାମୀ ଅଛନ୍ତି । ବାବାଙ୍କୁ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସିରିଡି ସାଇ ଅବତାର ବୋଲି କୁହାଯାଏ । ପ୍ରଥମେ ତାଙ୍କ ଅନୁଗାମୀ ମାନେ ୧୯୪୪ ରେ ପୁଟ୍ଟପର୍ତ୍ତୀ ଠାରେ ଏକ ଛୋଟ ମନ୍ଦିର ତିଆରି କଲେ । ୧୯୫୦ରେ ସେଠାରେ ଏକ ବିଶାଳ ଆସ୍ରମ ନିର୍ମାଣ କରାଗଲା ।

ଯାହା “ପ୍ରଶାନ୍ତି ନିଳୟମ “ନାମରେ ବାବାଙ୍କ ସ୍ଥାୟୀ କେନ୍ଦ୍ର ହେଲା । ଆଧ୍ୟାତ୍ମିକ ଉପଦେଶ ସହିତ ସାମାଜିକ ସେବାରେ ବାବାଙ୍କ ପ୍ରସିଦ୍ଧି ଦେଶ ବିଦେଶରେ ପରିବ୍ୟାପ୍ତ । ଏହା ବ୍ୟତିତ ଶ୍ରୀ ସତ୍ୟସାଇ ଇନଷ୍ଟିଚୁଟ ଅଫ ହାୟର ମେଡିକାଲ ସାଇନ୍ସଏବଂଏସ.ଏସ.ଆଇ.ଏଚ.ଏମ.ଏସ ନିରନ୍ତର ରୋଗୀ ସେବା ରେବ୍ରତୀ । ଦେଶର ଶତାଧିକ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବା ସହ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିଥିଲେ । ବିଶ୍ୱର ୧୮୦ ଦେଶରେ ସତ୍ୟସାଇ ସେବା ସଂଗଠନ ଗଠନ ମାଧ୍ୟମରେ ମାନବ ଜୀବନର ପ୍ରକୃତ ଆଧ୍ୟାତ୍ମିକାର ଉତ୍ତରଣ ପାଇଁଏକତ୍ୱ,ଶୁଦ୍ଧତ୍ୱ ଓ ଦିବତ୍ୱହିଁ ଶ୍ରେଷ୍ଠ ପନ୍ଥା ,ସେବା ଭକ୍ତି ଓ ଶୃଙ୍ଖଳା ଭାବେ ନିଜକୁ ନିଜର ଦାୟିତ୍ୱ ନିର୍ବାହ କରିବା ଉପରେ ଗୁରୁତ୍ୱ ଦେଉଥିଲେ । ଶାରିରୀକ ସମସ୍ୟା ଯୋଗୁଁ ଶଯ୍ୟାସାୟୀ ଥିବା ଶ୍ରୀ ସତ୍ୟ ସାଇବାବା ୨୦୧୧ ମସିହା ଆଜିର ଦିନରେ ଶରୀର ତ୍ୟାଗ କରିଥିଲେ । ଏହି ପୂଣ୍ୟାତ୍ମାଙ୍କ ଇହଲୀଳା ସମ୍ବରଣରେ ଭଅରତ ବର୍ଷ ତଥା ବିଦେଶରେ ଗଭୀର ଶୋକ ଛାୟା ଖେଳିଯାଇଥିଲା ।

 

Leave A Reply