Odisha news

ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ବ୍ୟକ୍ତିଙ୍କ ନିକଟରେ ରହିଥାଏ ଏହି ୪ ଟି ଗୁଣ

0

ଆମ ହିନ୍ଦୁ ଧର୍ମରେ ନୀତି ଶାସ୍ତ୍ର ର ଅନେଜ ମହତ୍ୱ ରହିଥାଏ l ମଣିଷ ଜୀବନ ନୀତିଶାସ୍ତ୍ର ଉପରେ ଆଧାରିତ ଅଟେ l ଜୀବନ ରେ ଯେଉଁ ବ୍ୟକ୍ତି ନୀତିଶାସ୍ତ୍ର କୁ ନେଇ ନିଜର ଜୀବନ ଅତିବାହିତ କରିଥାଏ ସେ ସର୍ବଦା ଗୋଟିଏ ସଦଗୁଣ ଓ ସତକର୍ମ ର ବ୍ୟକ୍ତି ହୋଇଥାଏ l ଆଜିର ନୀତିଶାସ୍ତ୍ର ରେ କେଉଁ ଭଳି ବ୍ୟକ୍ତି ଭାଗ୍ୟ ରୁ ଧନୀ ସେହି ବିଷୟରେ କୁହାଯାଇଛି l

* ନୀତିଶାସ୍ତ୍ର ଅନୁସାରେ ମନ ଓ ଶାରୀରିକ ଭାବରେ ମଧୁର ଓ ମୄଦୁଭାଷୀ ପୁରୁଷ-ସ୍ତ୍ରୀ ଙ୍କ ଉପରେ ମା ସରସ୍ବତୀ ଓ ମଲକ୍ଷ୍ମୀ କୃପା ରହିଥାଏ l ଶାସ୍ତ୍ର ଅନୁସାରେ ମଧୁର ବଚନ କହୁଥିବା ବ୍ୟକ୍ତିଙ୍କ ସହିତ ସର୍ବଦା ସେମାନଙ୍କ ଭାଗ୍ୟ ରହିଥାଏ l ମଧୁର ଓ କୋମଳ ଚରିତ୍ର ସର୍ବଦା ଆମକୁ ନିଜର କ୍ରୋଧ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ଓ ସଫଳତା ଏଭଳି ବ୍ୟକ୍ତିଙ୍କ ସହିତ ସର୍ବଦା ରହିଥାଏ l

* ନୀତିଶାସ୍ତ୍ର ଅନୁସାରେ ଯଦି ସନ୍ତାନ ଆଜ୍ଞାକାରୀ ହୋଇନଥାଏ, ତେବେ କୁଳ ନାଶ ହୋଇଥାଏ l ଯେଉଁ ସନ୍ତାନ ଆଜ୍ଞାକାରୀ ହୋଇ ନଥାଏ ସେ ନିଜ ମାତାପିତା ଙ୍କ ସଂଚିତ ଧନ ନଷ୍ଟ କରିବାରେ ଲାଗିଯାଏ l ଆଜ୍ଞାକାରୀ ସନ୍ତାନ ଙ୍କ ମାତାପିତା ଭାଗ୍ୟଶାଳୀ ହୋଇ ଥାଆନ୍ତି l

* ନୀତି ଶାସ୍ତ୍ର ଅନୁସାରେ ରୁଗଣ ବ୍ୟକ୍ତିଙ୍କ ମସ୍ତିଷ୍କ ଓ ଶରୀର କ୍ଷୀଣ ହେବାକୁ ଲାଗେ l ସେମାନେ କୌଣସି ନିଷ୍ପତି ନେଇ ପାରନ୍ତି ନାହିଁ କିମ୍ବା କୌଣସି କାର୍ଯ୍ୟ କରିପାରନ୍ତି ନାହିଁ l ବାରମ୍ବାର ରୋଗରେ ପୀଡିତ ହେବା ଦ୍ୱାରା ଧନହାନୀ ହୋଇଥାଏ l ତେଣୁ ଭାଗ୍ୟରେ ଥିଲେ ମଣିଷକୁ ସୁସ୍ଥ ଶରୀର ମିଳିଥାଏ ଓ ସେ ସମସ୍ତ ରୋଗ ଠାରୁ ଦୁରେଇ ରହିଥାଏ l

* ନୀତିଶାସ୍ତ୍ର କହୁଛି ଯେ ଜ୍ଞାନ ମଣିଷର ଏଭଳି ବଳ, ଯାହାକୁ କେହି ଚୋରି କରି ପାରନ୍ତି ନାହିଁ କିମ୍ବା ନେଇ ପାରନ୍ତି ନାହିଁ l ଜ୍ଞାନ ଗ୍ରହଣ ବା ଲାଭ ଭାଗ୍ୟରେ ଥିଲେ ମଣିଷକୁ ମିଳିଥାଏ l ଯାହା ତାକୁ ସଠିକ ଦିଗ ଦର୍ଶନ କରାଇଥାଏ ” ଜ୍ଞାନ ର ସଦୁପଯୋଗ କରିଥିବା ବ୍ୟକ୍ତି ଜୀବନ ରେ କଦାପି ହାରି ନଥାଏ l ଏଭଳି ବ୍ୟକ୍ତି ଭାଗ୍ୟ ଶାଳୀ ହୋଇ ଥାଆନ୍ତି l

Nalco

Leave A Reply