Odisha news

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ର ଏହି ୫ ଟି ପ୍ରକୃତି କରିଥାଏ ତାର ଆୟୁ ହ୍ରାସ

0

ଭଗବାନ ଶ୍ରୀକୃଷ୍ଣ ଗୀତରେ ମୃତ୍ୟୁ କୁ ନେଇ ଜ୍ଞାନ ଦେଇଛନ୍ତି l ଗୀତାରେ କୁହାଯାଇଛି ଯେ ମୃତ୍ୟୁ ସୁନିଶ୍ଚିତ ଓ ସତ୍ୟ ଅଟେ l ଯିଏ ବି ଏହି ପୃଥିବୀ ରେ ଜନ୍ମ ନେଇଛି ସିଏ ନିଶ୍ଚିନ୍ତ ମୃତ୍ୟୁ ବରଣ କରିବା ସୁନିଶ୍ଚିତ ଅଟେ l

ମହାଭାରତ ରେ ଧୃତାରାଷ୍ଟ୍ର ବିଦୂର ଙ୍କୁ ପଚାରି ଥିଲେ ଶାସ୍ତ୍ରରେ ମଣିଷ ର ଆୟୁ ୧୦୦ ବର୍ଷ ଲେଖାଯାଇଛି l ତଥାପି ସମୟ ପୂର୍ବରୁ ମଣିଷ ର ମୃତ୍ୟୁ କାହିଁକି ହୋଇ ଯାଇଥାଏ l ଏହାପରେ ବିଦୂର ଧୃତାରାଷ୍ଟ୍ର ଙ୍କୁ ଶୀଘ୍ର ମୃତ୍ୟୁ ର ଏଭଳି ୬ ଟି କାରଣ କହିଥିଲେ ଯାହାଦ୍ୱାରା ବ୍ୟକ୍ତିର ଆୟୁ ହ୍ରାସ ହୋଇଥାଏ l

* କ୍ରୋଧ ଅଟେ ମୃତ୍ୟୁର କାରଣ :-
କ୍ରୋଧ ମଣିଷର ଆୟୁ ହ୍ରାସ କରିଥାଏ l କ୍ରୋଧ ରେ ପଡି ମଣିଷ ଏଭଳି କିଛି ଭୁଲ କରିଥାଏ ଯାହା ତାକୁ ମୃତ୍ୟୁ ଆଡକୁ ଟାଣି ନେଇଥାଏ l ଅତ୍ୟଧିକ କ୍ରୋଧ ଦ୍ୱାରା ବ୍ୟକ୍ତି ରୋଗ ଗ୍ରସ୍ତ ହୋଇଥାଏ l ପୂର୍ବ କାଳରେ ଋଷି ମୁନି ମାନେ କ୍ରୋଧ କୁ ନିୟନ୍ତ୍ରଣ କରି ଦୀର୍ଘଜୀବୀ ହେଉଥିଲେ l

* ଅହଂକାର ବ୍ୟକ୍ତିର ଆୟୁ ହ୍ରାସ କରିଥାଏ :-
ଅହଂକାର ବ୍ୟକ୍ତିର ବଡ଼ ଶତ୍ରୁ ‘ ଅହଂକାର ବ୍ୟକ୍ତିର ଆୟୁ ହ୍ରାସ କରିଥାଏ l ଅହଂକାରୀ ବ୍ୟକ୍ତି ବଡ଼ ମାନଙ୍କର ସମ୍ମାନ କରିବା ଭୁଲି ଯାଇଥାଏ ଓ ସାନ ମାନଙ୍କର ଆଦର କରିବାକୁ ଭୁଲି ଯାଇଥାଏ l ଅହଂକାରୀ ବ୍ୟକ୍ତି ଉପରେ ସ୍ୱୟଂ ଭଗବାନ୍ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

* ସ୍ୱାର୍ଥ ପର ଲୋକ :-
ସ୍ୱାର୍ଥ କାରଣରୁ ବ୍ୟକ୍ତି ଭଲ ଖରାପ ମଧ୍ୟରେ ପାର୍ଥକ୍ୟ ଜାଣି ପାରିନଥାଏ l ଏବଂ କାହାକୁ ମଧ୍ୟ ଖରାପ ଦେଖେଇବାକୁ ଭୁଲି ନଥାଏ l ସ୍ୱାର୍ଥ ବ୍ୟକ୍ତି କୁ ପାପୀ କରି ଦେଇଥାଏ l ଏବଂ ସେହି ସ୍ୱାର୍ଥ ହିଁ ବ୍ୟକ୍ତିର ଅନ୍ତ ବା ବିନାଶ ର କାରଣ ଅଟେ l

* ମଣିଷ ର ବାଣୀ :-
ସର୍ବଦା ମଣିଷ ନିଜ ବାଣୀରେ ମଧୁରତା ରଖିବା ଜରୁରୀ l କାହିଁକି ନା ମଣିଷ ନିଜ ବାଣୀରେ ଯଦି ନିୟନ୍ତ୍ରଣ ନ ରଖିବ ତେବେ ସେ ଅନ୍ୟର ଆକ୍ରୋଶ ଓ ଘୃଣାର ବ୍ୟକ୍ତି ହେବ l କାହିଁକି ନା ବ୍ୟକ୍ତି ବେଳେବେଳେ ଏଭଳି କିଛି କଥା କହିଦେଇ ଥାଏ , ଯାହା ଅନ୍ୟ ମାନଙ୍କ ମନରେ ଅସନ୍ତୋଷ କରାଇଥାଏ l ଏବଂ ଈଶ୍ୱର ଙ୍କ ଅସନ୍ତୋଷ ର କାରଣ ହେବ l

* ବ୍ୟକ୍ତି ଦୟାଶୀଳ ନହେବା :-
ମଣିଷର ସ୍ଵଭାଵ ଦୟାଶୀଳ ରହିବା ଆବଶ୍ୟକ l ଏହାଛଡା ନିଜ ମନରେ ସମର୍ପଣ ଭାବନା ରଖିବା ଜରୁରୀ l କାହିଁକି ନା ବ୍ୟକ୍ତି ନିଜର ଦୟାଶୀଳ ଭାବନା ଦ୍ୱାରା ଅନ୍ୟ ନିକଟରୁ ଆଶୀର୍ବାଦ ଲାଭ କରିଥାଏ l ଯାହା ତାକୁ ଦୀର୍ଘାୟୁ କରିଥାଏ l

Nalco

Leave A Reply