Odisha news

ସାଂସଦ ସସ୍ମିତ ପାତ୍ର ଦାନ କଲେ ୪ ମାସର ଦରମା ସହ ୨ କୋଟି ଟଙ୍କା

0

ଭୁବନେଶ୍ୱର, ୩୧ ।୩: ସାଂସଦ ସସ୍ମିତ ପାତ୍ର ଏକକାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ତାଙ୍କର ୪ ମାସର ଦରମା ଓ ଏମ୍ପି ଲାଡ ରୁ ୨ କୋଟି ଟଙ୍କା କୋଭିଡ଼-୧୯ର ମୁକାବିଲା ପାଇଁ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ମାସର ଦରମା ସହ ଏମ୍ପି ଲାଡ୍ ଫଣ୍ଡରୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୩ ମାସର ଦରମା ସହ ୧ କୋଟି ଟଙ୍କା ଦାନ କରିଛନ୍ତି ।

Leave A Reply