Odisha news

ସରସ୍ୱତୀ ପୂଜାରେ ଘଟୁଛି ଦୁର୍ଲଭ ସଂଯୋଗ, ଏହିଦିନ ବିବାହ ଓ ପ୍ରେମ ପାଇଁ ଖୁବ ଶୁଭ 

0
ଚଳିତ ଥର ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ଫେବୃଆରୀ ୧୪ ତାରିଖ ରେ ଅନୁଷ୍ଠିତ ହେବ , ଅର୍ଥାତ ଭାଲେଣ୍ଟାଇନ୍ସ ଡେ ଦିନ l ସେଥିପାଇଁ ଚଳିତ ଥର ଭାଲେଣ୍ଟାଇନ୍ସ ଡେ ରେ ବିବାହ କୁ ନେଇ କ୍ରେଜ ଦେଖିବାକୁ ମିଳିଛି l ବସନ୍ତପଞ୍ଚମୀ ଦିନ ମାତା ସରସ୍ୱତୀ ଙ୍କ ସହିତ କାମଦେବ ଙ୍କ ପୂଜାର୍ଚନା କରାଯାଇଥାଏ l ଏହି ଦିନ ଶୁଭ କାର୍ଯ୍ୟ ପାଇଁ ଉତ୍ତମ ହୋଇଥାଏ l ଏହିଦିନ ଆପଣ ବିନା ପଞ୍ଚାଙ୍ଗ ଦେଖିକି ବିବାହ କାର୍ଯ୍ୟ, ଗୃହ ପ୍ରବେଶ, ନଣ୍ଡା ହେବା, ନାମକରଣ ଇତ୍ୟାଦି କରାଯାଇ ଥାଏ l ବସନ୍ତ ପଞ୍ଚମୀ ଦିନ ଯେଉଁ ଲୋକ ମାନଙ୍କେ ବିବାହ ମୁହୂର୍ତ ବାହାରି ପାରି ନଥାଏ , ସେମାନଙ୍କର ବିବାହ ବନ୍ଧନ ରେ ବାନ୍ଧି ହୋଇ ଥାଆନ୍ତି l
* ହିନ୍ଦୁ ମାନ୍ୟତା ଅନୁସାରେ ସରସ୍ବତୀ ପୂଜା ରେ ଶୁଭ ମୁହୂର୍ତ୍ତ ନଦେଖା ଯାଇ ସମସ୍ତ ଶୁଭ କାର୍ଯ୍ୟ କରାଯାଇ ଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଦୋଷ ରହିତ ଶ୍ରେଷ୍ଠ ଯୋଗ ଘଟୁଛି l ମାନ୍ୟତା ରହିଛି ଯେ ଏହିଦିନ ବିବାହ କରୁଥିବା ଯୋଡି ମାନଙ୍କ ଉପରେ ସମସ୍ତ ଦେବାଦେବୀ ଙ୍କ କୃପା ଲାଭ ହୋଇଥାଏ l
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଫେବୃଆରୀ ୧୩ ତାରିଖ ଦିନ ଦ୍ବିପ୍ରହର ୨ ଟା ୪୧ ମିନିଟ ଆରମ୍ଭ ହୋଇ ଯାଉଛି , ଏବଂ ଏହା ୧୪ ତାରିଖ ଦ୍ବିପ୍ରହର ୧୨ ଟା ୯ ମିନିଟ ପର୍ଯ୍ୟନ୍ତ ରହିବ l
* ଏହି ବିଶେଷ ତିଥି ୪ ବର୍ଷ ପରେ ଆସିଛି , ତେଣୁ ଏହିଦିନ ପ୍ରତ୍ୟେକ ଯୋଡି ଯିଏ କି ନୂଆ କରି ବିବାହ କରିବେ ଜୀବନ ରେ ସୁଖ ସମୃଦ୍ଧି ଲାଭ କରିବେ l ଏବଂ ବୈବାହିକ ଜୀବନ ସୁଖମୟ ହେବ l
Har Ghar Tiranga

Leave A Reply