Odisha news

ବିଛା ସଂକ୍ରାନ୍ତୀ : ସୂର୍ଯ୍ୟ ଗୋଚର କରିବେ ବିଛା ରାଶିକୁ , ଆସନ୍ତା ଏକମାସ ପର୍ଯ୍ୟନ୍ତ ଏହି ୫ଟି ରାଶି ରୁହନ୍ତୁ ସତର୍କ

0

ସୂର୍ଯ୍ୟ ନଭେମ୍ବର ୧୭ ତାରିଖ ଦିନ ତୁଳା ରାଶିରୁ ବିଛା ରାଶିକୁ ଗୋଚର କରିବେ l ବିଛା ରାଶି ହେଉଛି ଜଳତତ୍ୱର ରାଶି l ତେଣୁ ମାନ୍ୟତା ଅନୁସାରେ ଏହି ସମୟରେ ଥଣ୍ଡାର ପ୍ରକୋପ ବଢିପାରେ l ଏବଂ ଏହାଛଡା ମେଷ ଓ ତୁଳା ସମେତ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରତିକୂଳ ପ୍ରଭାବ ପଡିପାରେ l ଏକମାସ ପର୍ଯ୍ୟନ୍ତ କ୍ୟାରିଅର ଓ ବ୍ୟବସାୟ ରେ ଉପର ତଳ ହୋଇପାରେ l

* ମେଷ ରାଶିରେ କ୍ୟାରିଅର ରେ ଉପର ତଳ ହୋଇପାରେ –
ମେଷ ରାଶି ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଅଶୁଭ ପ୍ରଭାବ ଦେବ l ଆପଣଙ୍କ ଜୀବନ ରେ ଅଚାନକ ଭାବରେ ବିଭିନ୍ନ ସମସ୍ୟା ବଢ଼ିଯିବ l କ୍ୟାରିଅର ରୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେବ l ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ରହିବେ l ଅନେକ ଗୁଡିଏ ଅସୁବିଧାର ସମୁଖୀନ ହେବାକୁ ପଡିବ ଏବଂ ପରିବାର ରେ ମଧ୍ୟ ବିବାଦ ଦେଖାଦେବ l

* ବୃଷ ରାଶିରେ ଜୀବନସାଥୀ ଙ୍କ ସହିତ ବଢିପାରେ ସମସ୍ୟା –
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଙ୍କ ବିଛା ରାଶିରେ ଗୋଚର ବୈବାହିକ ଜୀବନ ପାଇଁ ଅନୁକୂଳ ହେବନାହିଁ l ଏବଂ ଆପଣଙ୍କ ଜୀବନ ରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଦେବ l ଜୀବନସାଥୀ ଙ୍କ ସହିତ ଆପଣଙ୍କ ବିବାଦ ଦେଖାଦେବ l ବ୍ୟବସାୟୀ ମାନେ ସମନ୍ୱୟ ଫଳ ପାଇବେ l ପାର୍ଟନର ସିପ ରେ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ସାବଧାନ ରହିବ ଜରୁରୀ l

* ଧନୁ ରାଶିର ବ୍ୟକ୍ତି ସତର୍କ ରହିବ ଜରୁରୀ –
ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଅଶୁଭ ପ୍ରଭାବ ପଡିବ l ଅଚାନକ କାର୍ଯ୍ୟ କ୍ଷେତ୍ରରେ କିଛିଟା ସମସ୍ୟା ଦେଖାଦେବ l ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ l ପାରିବାରିକ କଳହ ବୃଦ୍ଧି ପାଇବ l ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଲାଭ ପାଇବେ l

* ମକର ରାଶିରେ ଜୀବନ ସାଥି ଙ୍କ ସହିତ ବଢିପାରେ କଳହ –
ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଲଭ ଲାଇଫ ଓ ଦାମ୍ପତ୍ୟ ଜୀବନ ରେ ଅଶୁଭ ପ୍ରଭାବ ପକାଇବ l ପାର୍ଟନର ଙ୍କ ସହିତ ମନୋମାଳିନ୍ୟ ଘଟିବ l କ୍ୟାରିଅର ଓ ବ୍ୟବସାୟ ରେ ଶୁଭଫଳ ମିଳିବ l ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ସାବଧାନ ରୁହନ୍ତୁ l

* କୁମ୍ଭ ରାଶିର ବ୍ୟକ୍ତି ଅହଂକାର ଠାରୁ ଦୂରେଇ ରୁହନ୍ତୁ –
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଶୁଭପ୍ରଦ ନୁହଁ l କ୍ୟାରିଅର ମାମଲାରେ ଯେକୌଣସି ନିଷ୍ପତି ନେବା ପୂର୍ବରୁ ଆପଣ ଅହଂକାର ରୁ ଦୂରେଇ ରୁହନ୍ତୁ l ଆପଣଙ୍କ ଅହଂକାର ବଢିବା ଦ୍ୱାରା ଜୀବନ ରେ ସମସ୍ୟା ମଧ୍ୟ ବଢିପାରେ l

Har Ghar Tiranga

Leave A Reply