ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟକୁ ମାସେ ହୋଇଗଲାଣି । ତାଙ୍କ ଫ୍ୟାନ୍ ସୋସାଲ ମିଡିଆରେ ଫଟୋ ପୋଷ୍ଟ କରି ଇମୋଶନାଲ ହେଉଛନ୍ତି । ସୁଶାନ୍ତଙ୍କ କୋ-ଷ୍ଟାର୍ ସଞ୍ଜନା ସାଂଘୀ ଇନ୍ଷ୍ଟା ଷ୍ଟୋରୀରେ ଇମୋଶନାଲ ନୋଟ୍ ଲେଖିଛନ୍ତି । ସେ ସୁଶାନ୍ତ ଓ ତାଙ୍କ ସ୍ୱପ୍ନକୁ ମନେ ପକାଇଛନ୍ତି । ସଞ୍ଜନା ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି, କିପରି ମାସେ ପରେ ବି ସୁଶାନ୍ତଙ୍କୁ ଭୁଲିବା ସହଜ ହୋଇନି । ତେଣୁ ସମୟ ସବୁ ଠିକ୍ କରିଦିଏ କହିବା ଏହା ସମ୍ପୂର୍ଣ୍ଣ ମିଛ । ଏଥିସହ ସେ ସୁଶାନ୍ତଙ୍କ କିଛି ସ୍ୱପ୍ନ ବିଷୟରେ କହିଛନ୍ତି ଓ ଲେଖିଛନ୍ତି ସେ ତାକୁ ପୂରା କରିବାକୁ ଚେଷ୍ଟା କରିବେ । ସୁଶାନ୍ତଙ୍କ ସହ କିଛି ପୁରୁଣା ସ୍ମୃତି ବିଷୟରେ ଲେଖିଛନ୍ତି । ଶେଷରେ ଲେଖିଛନ୍ତି, ଦେଶର ପିଲାଙ୍କ ପାଇଁ ଯୋଜନା, ତାଙ୍କ ଭବିଷ୍ୟତ ଓ ଶିକ୍ଷା ପାଇଁ ସୁଶାନ୍ତ ସ୍ୱପ୍ନ ଦେଖିଥିଲେ ଯାହାକୁ ମୁଁ ପୂରା କରିବାକୁ ଚେଷ୍ଟା କରିବି ।