Odisha news

ଶନିଦେବ ହୋଇଯିବେ ତୁରନ୍ତ ସନ୍ତୁଷ୍ଟ, କରନ୍ତୁ ଏହି ଗୋଟିଏ ଛୋଟିଆ ଉପାୟ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ହେଉଛନ୍ତି ଗୋଟିଏ କ୍ରୁର ଗ୍ରହ, ଏହାର କାରଣ ହେଲା ଯେ ଶନି ଦେବ ବ୍ୟକ୍ତିକୁ ତାର କର୍ମର ଅନୁସାରେ ଫଳ ପ୍ରଦାନ କରି ଥାଆନ୍ତି l ଯଦି ଆପଣ ଅଜାଣତ ରେ ମଧ୍ୟ କରି ଥାନ୍ତି କିଛି ଭୁଲ ତେବେ ମଧ୍ୟ ଶନି ଦେବ ଏହାର ଦଣ୍ଡ ପ୍ରଦାନ କରନ୍ତି l

ଯେତେବେଳେ ଜାତକ ଉପରେ ଶନିଙ୍କ ପ୍ରକୋପ ରହିଥାଏ ସେତେବେଳେ ଯେତେ ପରିଶ୍ରମ କଲେ ମଧ୍ୟ ଫଳ ପ୍ରାପ୍ତି ହୋଇ ନଥାଏ l ସମସ୍ତ ସମ୍ପର୍କ ଭାଙ୍ଗି ଯାଇଥାଏ, ଆର୍ଥିକ ଅସୁବିଧା ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ l ଜ୍ୟୋତିଷ ବିତ ଙ୍କ ମତରେ କିଛିଟା ଉପାୟ ଦ୍ୱାରା ଶନି ଙ୍କୁ ସନ୍ତୁଷ୍ଟ କରିହୁଏ l ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ଶନି ଦେବ ଙ୍କୁ ପୂଜା କରିବା ସମୟରେ ଦୀପରେ କଳା ରାଶି ଅର୍ପଣ କରନ୍ତୁ l ଏବଂ ସେଥିରେ ଲୁହ କଣ୍ଟା ଟିଏ ଯଦି ଅର୍ପଣ କରି ଜଳାଇବେ ତେବେ ଶନି ଦୋଷରୁ ମୁକ୍ତି ପାଇବେ l

– ଶନିବାର ଦିନ ଶନି ମହାରାଜ ଙ୍କ ସହିତ ଓସ୍ତ ବୃକ୍ଷକୁ ମଧ୍ୟ ପୂଜା କରିବା ଜରୁରୀ l ଏହିଦିନ ଓସ୍ତ ବୃକ୍ଷରେ ଜଳ ଅର୍ପଣ କରି ସୋରିଷ ତେଲର ଦୀପ ଟିଏ ଜଳାନ୍ତୁ l ଏବଂ ହନୁମାନଙ୍କୁ ମଧ୍ୟ ପୂଜା କରନ୍ତୁ l

– ଯଦି ଶନି ଦେବଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଭୁଲ ରେ ମଧ୍ୟ ନିରୀହ ଜୀବଜନ୍ତୁ ଙ୍କୁ କଷ୍ଟ ଦିଅନ୍ତୁ ନାହିଁ, ଏବଂ ଦୁଖୀ ଦରିଦ୍ର ଙ୍କ ସେବା କରନ୍ତୁ, ଘରର ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ l

– ଯଦି ଆପଣ ଜାଣତ ରେ ହେଉ କି ଅଜାଣତ ରେ ହେଉ କୌଣସି ଭୁଲ କରୁଛନ୍ତି ତେବେ ଶନି ଙ୍କୁ କ୍ଷମା ମାଗନ୍ତୁ ସେ ନିଶ୍ଚିନ୍ତ କ୍ଷମା କରିଦେବେ l ଭୁଲ କାର୍ଯ୍ୟର ପଶ୍ଚାତାପ କରନ୍ତୁ l ଯାହାଦ୍ୱାରା ଶନି ଙ୍କ କୃପା ଲାଭ କରିବେ l

Har Ghar Tiranga

Leave A Reply