Odisha news

ଶନି ଦୋଷ ନିବାରଣ ମନ୍ତ୍ର : ଶନିବାର ଦିନ ପାଠ କରି ନିଅନ୍ତୁ ଏହି ଗୋଟିଏ ଦିବ୍ୟ ମନ୍ତ୍ର ମିଳିବ ଶନି ଦେବ ଙ୍କ କୃପା 

0
ଯେଉଁ ବ୍ୟକ୍ତି ମାନଙ୍କୁ ଶନି ଦୋଷ ଲାଗିଥାଏ ସେମାନଙ୍କ ଜୀବନ ରେ ଦୁଃଖ କଷ୍ଟ ଘର କରିଯାଏ l ପ୍ରତ୍ୟେକ ଦିନ କିଛିନା କିଛି ବଢ଼ାବିଘ୍ନ ଦେଖା ଯାଇଥାଏ l ଜୀବନ ରେ ଉନ୍ନତି ର ମାର୍ଗ ଅଟକି ଯାଇଥାଏ ଓ ଆର୍ଥିକ ଅନାଟନ ର ସମୁଖୀନ ହେବାକୁ ପଡିଥାଏ l
ଯେ କୌଣସି ଜାତକ ରେ ଶନି ଦେବ ଙ୍କ କୃପା ଲାଭ କରିବା ପାଇଁ ପୂଜାର୍ଚନା ସହିତ ଶନିଦୋଷ ନିବାରଣ ମନ୍ତ୍ର ପାଠ କରିବା ଉଚିତ l ଶନିଦେବ ଙ୍କୁ ରାଶି ତେଲର ଦୀପ ଓ କଳା ରାଶି ଅର୍ପଣ କରନ୍ତୁ ଶନିବାର ଦିନ l ଏହାଛଡା ଏହିଦିନ କଳା କୁକୁର ଓ କଳା ଗାଇ କୁ ରୁଟି ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ଶନି ଦୋଷ ଦୂର ହୋଇଥାଏ l
* ଶନିଦେବ ଙ୍କ ମହାମନ୍ତ୍ର -:
ପ୍ରତି ଶନିବାର ଦିନ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଶନି ମହମନ୍ତ୍ର ପାଠ କରନ୍ତୁ l
” ଓଁ ନୀଳାଞ୍ଜନ ସମାଭାସଙ୍ଗ ରବି ପୁତ୍ରଂ ଯମାଗ୍ରଜମ l
ଛାୟାମର୍ତଣ୍ଡ ଶମ୍ଭୁତଂ ତଂ ନମାମୀ ଶନିଶ୍ଚରମ l “
* ଶନିଦେବ ଙ୍କ ପୌାରାଣିକ ମନ୍ତ୍ର :-
ଶନିବାର ଦିନ ଶନିଦେବ ଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ l ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା କୁଣ୍ଡଳୀ ରେ ଶନିଦୋଷ ଦୂର ହୋଇଥାଏ l
” ଓଂ ହ୍ରିଙ୍ଗ ନୀଳାଞ୍ଜନସମାଭାଷଂ ରବୀପୁତ୍ରଙ୍ଗ ଜମାଗ୍ରଜମ l
ଛାୟା ମାର୍ତ୍ତଣ୍ଡଶମ୍ଭୁତଂ ତଂ ନମାମୀ ଶନିଶ୍ଚରମ  l “
* ଶନିଦେବ ଙ୍କ ବୈଦିକ ମନ୍ତ୍ର -:
ଏହି ମନ୍ତ୍ର ଜପ କରିବା ଦ୍ୱାରା ଶନି ମହାଦଶା ରୁ ମୁକ୍ତି ମିଳିଥାଏ l
” ଓଂ ଶନ୍ନଦେବୀର – ଭିଷ୍ଟୟଆପୋ ଭବନ୍ତୁ ପୀତୟେ ସଂୟୋଭିସ୍ତ୍ରବନ୍ତୁନଃ  l “
* ଶନିଦେବ ଙ୍କ ଗାୟତ୍ରୀ ମନ୍ତ୍ର -:
ଶନିଦେବ ଙ୍କ ଗାୟତ୍ରୀ ମନ୍ତ୍ର ସମସ୍ତ କଷ୍ଟ ଓ ଦୁଃଖ ଠାରୁ ମୁକ୍ତି ଦେଇଥାଏ l ଶନିଦେବ ଙ୍କୁ ପ୍ରତି ଶନିବାର ଦିନ କଳା ରାଶି ଓ ସୋରିଷ ତେଲ ର ଦୀପ ଅର୍ପଣ କରି ଏହି ମନ୍ତ୍ର ପାଠ କରନ୍ତୁ l
” ଓଂ ଭଗଭବାୟ ବିଦ୍ମହେ ମୃତ୍ୟୁରୂପାୟ ଧୀମହି ତନ୍ନ ଶନି ପ୍ରଚୋଦୟାତ ” l
Har Ghar Tiranga

Leave A Reply