ଯଦି ଶନିବାର ଦିନ ଶନିଙ୍କ ନାମରେ ମୂଦ୍ରିକା ଧାରଣ କରୁଛନ୍ତି ତେବେ ଏହିସବୁ କଥାକୁ ନିହାତି ଧ୍ୟାନ ଦିଅନ୍ତୁ ନଚେତ ହୋଇପାରେ ମହାବିଘ୍ନ
ଶନି ଗ୍ରହ ଙ୍କ ଶୁଭ ଦୃଷ୍ଟି ପ୍ରତ୍ୟେକ ବ୍ୟକ୍ତି ପାଇବାକୁ ଚାହିଁ ଥାଆନ୍ତି l ତେଣୁ ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଶେଷ ଭାବରେ ଜ୍ୟୋତିଷ ଶାସ୍ତ୍ରରେ ତିନିପ୍ରକାରର ମୁଦି ହାତରେ ଧାରଣ କରିବା ପାଇଁ ପରାମର୍ଶ ଦିଆଯାଇ ଥାଏ l ଏଥିରେ ନିଲମର ମୁଦୀ, ଲୁହା ମୂଦି ଓ ଘୋଡା ନାଳରେ ପ୍ରସ୍ତୁତ ମୂଦି ଶାମିଲ ରହିଛି l ଲୁହା ମୂଦି କୁ ଶନିଙ୍କ ମୂଦି ବୋଲି କୁହାଯାଇଥାଏ l ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ପିନ୍ଧିଲେ କେଉଁସବୁ କଥାକୁ ଧ୍ୟାନ ରଖିବା ଜରୁରୀ l
* ଶାସ୍ତ୍ର ଅନୁସାରେ ଲୁହା ମୁଦି ଯଦି କେହି ହାତରେ ଧାରଣ କରୁଛନ୍ତି, ତେବେ ନିଜ ଜାତକର ଯାଞ୍ଚ କରାଇ ପିନ୍ଧନ୍ତୁ l ଜାତି ଜାତକରେ ସୂର୍ଯ୍ୟ, ଶୁକ୍ର ଓ ବୁଧଙ୍କ ଖରାପ ପ୍ରଭାବ ରହୁଛି, ତେବେ ରୂପାର ମୂଦି ପିନ୍ଧିବା ଜରୁରୀ l ଏପରି ସ୍ଥିତିରେ ଲୁହା ମୂଦି ଆପଣଙ୍କ ଜାତକ ପାଇଁ କ୍ଷତିକାରକ ହୋଇପାରେ l
* ଶାସ୍ତ୍ର ଅନୁସାରେ ସେହିମାନେ କେବଳ ଲୁହା ମୂଦି ଧାରଣ କରିବା ଜରୁରୀ ଯେଉଁମାନଙ୍କ ଉପରେ ଶନି ଦେବଙ୍କ ସାଢ଼େସାତୀ କିମ୍ବା ଶନି ମହାଦଶା ପ୍ରକୋପ ରହିଥାଏ l ଏହି ଲୁହା ମୂଦି କୁ ଶନି, ରାହୁ , କେତୁ ଙ୍କ ଦୁଷ୍ପ୍ରଭାଵ ରୁ ରକ୍ଷା ପାଇବା ପାଇଁ କିମ୍ବା ଦୂରେଇ ରହିବା ପାଇଁ ଧାରଣ କରାଯାଇ ଥାଏ l
* ଶନି ଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ଲୁହା ମୁଦୀକୁ କେବଳ ଡାହାଣ ହାତର ମଧ୍ୟମା ଆଙ୍ଗୁଳି ରେ ଧାରଣ କରାଯାଇ ଥାଏ, କାହିଁକି ନା ଏହି ଆଙ୍ଗୁଳୀ ର ତଳେ ଶନି ପର୍ବତ ରହିଥାଏ l
* ଯଦି ଆପଣ ଶନିଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ଶନିବାର ଦିନ ସନ୍ଧ୍ୟା ସମୟରେ ଧାରଣ କରନ୍ତୁ l ସେଥିପାଇଁ ପୁଷ୍ୟ, ଅନୁରାଧା, ଉତ୍ତରା, ଭଦ୍ର ପଦ ଏବଂ ରୋହିଣୀ ନକ୍ଷତ୍ର ର ଦିନ ସର୍ବଶ୍ରେଷ୍ଠ ସମୟ ଓ ଦିନ ହୋଇଥାଏ l
* ଯଦି ଆପଣଙ୍କ କୁଣ୍ଡଳୀ ରେ ଶନି ଗ୍ରହ ଉତ୍ତମ ଫଳ ଦେଉଛନ୍ତି ତେବେ ଏଭଳି ମୂଦି ଧାରଣ କରିବା ଉଚିତ ନୁହେଁ l ଏହାଦ୍ୱାରା ଆପଣଙ୍କ ର କ୍ଷତି ହୋଇପାରେ l
* ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ, ଶୁକ୍ର ଓ ବୁଧ ରହିଛନ୍ତି, ତେବେ ଆପଣଙ୍କ ପାଇଁ ଚାନ୍ଦି ର ମୂଦି ଲାଭଦାୟକ ଅଟେ l କିନ୍ତୁ ବୁଧ ଓ ରହୁ ରହିବା ଦ୍ୱାରା ଲୁହା ମୂଦିର କୌଣସି ପ୍ରଭାବ ରହି ନଥାଏ l