Odisha news

କେଉଁ ଋଷିଙ୍କ ନିର୍ଦେଶ କ୍ରମେ ଶନିଦେବ ୧୬ ବର୍ଷ ଆୟୁ ପର୍ଯ୍ୟନ୍ତ କାହାକୁ କଷ୍ଟ ଦିଅନ୍ତି ନାହିଁ, କଣ ରହିଛି ଏହା ପଛରେ ପୌରାଣିକ ମହତ୍ୱ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କୁ ୨ଟି ଭାବରେ ବିଭକ୍ତ କରଯାଇଛି, ଗୋଟିଏ ଭାଗ ହେଲା ଶୁଭ ଗ୍ରହ ଏବଂ ଅନ୍ୟ ଭାଗଟି ହେଲା ଅଶୁଭ ଗ୍ରହ l ଶୁଭ ଗ୍ରହର ଶ୍ରେଣୀ ରେ ବୁଧ, ଚନ୍ଦ୍ର, ଗୁରୁ ଓ ଶୁକ୍ର ରହି ଥାଆନ୍ତି , ଅନ୍ୟପକ୍ଷରେ ଅଶୁଭ ଗ୍ରହ ଶ୍ରେଣୀରେ ମଙ୍ଗଳ, ରାହୁ, କେତୁ ଓ ଶନି ରହି ଥାଆନ୍ତି l ଏବଂ ଅନେକ ଗୁଡିଏ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟ ଙ୍କୁ ଅଶୁଭ ଗ୍ରହ ଶ୍ରେଣୀରେ ରଖାଯାଇ ଥାଏ l ସୂର୍ଯ୍ୟ ଦେବ ହେଉଛନ୍ତି ଆତ୍ମାର ଶକ୍ତି , ଯଦି କାହାର ଜାତକ ରେ ମିଳିତ ଭାବରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶନି ଙ୍କ ସ୍ଥିତି ମଜବୁତ ହୋଇଥାଏ ତେବେ ବ୍ୟକ୍ତିର ଜୀବନ ରେ କୌଣସି ଖରାପ ସ୍ଥିତି ଆସିନଥାଏ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ନ୍ୟାୟର ଦେବତା, ତାଙ୍କୁ ନ୍ୟାୟ କରିବାର ବରଦାନ ମହାଦେବ ଙ୍କ ନିକଟରୁ ପ୍ରାପ୍ତ ହୋଇଛି, ଶନି ଦେବ ପ୍ରତ୍ୟେକ ରାଶିରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହି ଥାଆନ୍ତି l ଶନିଙ୍କ ଗୋଚର ରୁ ଜାତକ କୁ ସାଢେ ସାତୀ ଦେଇ ଅତିବାହିତ କରିବାକୁ ପଡିଥାଏ l ଏହାଛଡା ଶନିଙ୍କ ଢେୟା ଅଢେଇ ବର୍ଷ ରହିଥାଏ, ଏବଂ ଶନି ମହାଦଶା ୧୯ ବର୍ଷ ପର୍ଯ୍ୟନ୍ତ ରହିଥାଏ l ଏହି ସମୟରେ ବ୍ୟକ୍ତି ଜୀବନରେ ଖୁବ ଦୁଃଖକଷ୍ଟ ଆସିଥାଏ l

ସ୍କନ୍ଦ ପୁରାଣ ଅନୁସାରେ ରୁଷି ପିପଳାଦ ଜଣେ ବଡ଼ ଦାର୍ଶନିକ ଓ ରଚନାକାର ଥିଲେ l ମାନ୍ୟତା ରହିଛି ଯେ ଅଥର୍ବ ବେଦର ସଂକଳନ ରୁଷି ପିପଲାଦ କରିଥିଲେ l ଏହା ହିନ୍ଦୁ ଧର୍ମର ଚତୁର୍ଥ ବେଦ l  ପିପାଳଦ ଙ୍କ ବାଲ୍ୟ ଅବସ୍ଥା ଖୁବ କଷ୍ଟରେ ଅତିବାହିତ ହୋଇଥିଲା ଏବଂ ଏହାର ଦୋଷ ଶନି ଦେବଙ୍କୁ ଦିଆଯାଇ ଥିଲା l ରୁଷି ଭରଦ୍ୱାଜ ପିପାଳଦ ଙ୍କ ପରୀକ୍ଷା ନେବାପାଇଁ ଏକଦା ତାଙ୍କ ଆଶ୍ରମ କୁ ଯାଇଥିଲେ, ଏବଂ ପିପାଳଦ ଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ l ସେହି ସମୟ ରେ ରୁଷି ପିପାଳଦ ଙ୍କୁ ମହାଦେବ ଙ୍କ ଅଂଶ ବୋଲି କୁହାଯାଇ ଥିଲା l ରୁଷି ପିପାଳଦ ନିଜ ତପୋବନ ରେ ଶନି ଦେବଙ୍କୁ ନିର୍ଦେଶ ଦେଇଥିଲେ  ଯେ ୧୬ ବର୍ଷ ଆୟୁ ପର୍ଯ୍ୟନ୍ତ କୌଣସି ବାଳକ ଙ୍କୁ ଆପଣ କୌଣସି ଦଣ୍ଡ ଦେବେ ନାହିଁ l ରୁଷି ପିପାଳଦ ମହାଦେବ ଙ୍କ ଅଂଶ ହୋଇ ଥିବାରୁ ତାଙ୍କ କଥାକୁ ମାନି ଶନି ୧୬ ବର୍ଷ ଆୟୁ ପର୍ଯ୍ୟନ୍ତ କାହାକୁ କୌଣସି କଷ୍ଟ ଦିଅନ୍ତି ନାହିଁ l

Leave A Reply