Odisha news

କାହିଁକି ଘରେ ରଖିବା ଉଚିତ ନୁହେଁ ଶନି ଦେବ ଙ୍କ ମୂର୍ତି କିମ୍ବା ଫଟୋ, ଶାସ୍ତ୍ରରେ କଣ ରହିଛି ଏହା ପଛର କାରଣ

0

ଶାସ୍ତ୍ରରେ ଶନିଦେବ ଙ୍କୁ ନ୍ୟାୟରେ ଦେବତା ବୋଲି କୁହାଯାଇ ଥାଏ l ତାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ l କୁହାଯାଏ ଯେ ଶନିଦେବ ଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ପଡିଥାଏ ତା ଜୀବନ ର ସମସ୍ତ କଷ୍ଟ ର ବିନାଶ ହୋଇଥାଏ ଓ ଅଭାବ ଦୂର ହୋଇଯାଇଥାଏ l କିନ୍ତୁ ଶନିଙ୍କ କ୍ରୁର ଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ପଡିଥାଏ ତାର ଖରାପ ସମୟ ଆରମ୍ଭ ହୋଇଯାଇଥାଏ l

ହିନ୍ଦୁ ଧର୍ମରେ ମୁର୍ତୀ ପୂଜନ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ପ୍ରାୟ ଅଧିକାଂଶ ହିନ୍ଦୁ ପରିବାର ରେ ଦେବାଦେବୀ ଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚନା କରାଯାଇଥାଏ l ଲୋକେ ନିଜ ଘରେ ଶିବ-ପାର୍ବତୀ , ନାରାୟଣ-ଲକ୍ଷ୍ମୀ, ମା ଦୁର୍ଗା ଙ୍କ ମୂର୍ତି ସ୍ଥାପନା କରି ପୂଜାର୍ଚନା କରିଥାଆନ୍ତି l କିନ୍ତୁ କିଛି ଏଭଳି ଦେବଦେବୀ ରହିଛନ୍ତି ଯାହାଙ୍କୁ ଘରେ ସ୍ଥାପନା କରିବା ବର୍ଜିତ ଅଟେ l ଶନିଙ୍କ ମୂର୍ତି କିମ୍ବା ଫଟୋ କିଛି ଘରେ ସ୍ଥାପନା କରାଯାଏ ନାହିଁ l କାହିଁକି ନା ଶନି ଙ୍କ ପୂଜା କେବଳ ମନ୍ଦିର ରେ ହୋଇଥାଏ l ଶନିବାର ଦିନ ଟି ଶନି ଙ୍କୁ ସମର୍ପିତ ଅଟେ l କାହିଁକି ଶନି ଙ୍କୁ ଘରେ ପୂଜା କରାଯାଏ ନାହିଁ ଏହା ପଛରେ ରହିଛି ଗୋଟିଏ ପୌରାଣିକ କାରଣ l

କଣ ରହିଛି ପୌରାଣିକ କଥା :
ପୌରାଣିକ କଥା ଅନୁସାରେ ଶନି ଦେବ ଭଗବାନ ଶ୍ରୀକୃଷ୍ଣ ଙ୍କ ଭକ୍ତ ଥିଲେ ଓ ସର୍ବଦା କୃଷ୍ଣ ଭକ୍ତିରେ ଲୀନ ରହୁଥିଲେ l ଏକଦା ଶନି ଦେବଙ୍କ ପତ୍ନୀ ସନ୍ତାନ ପ୍ରାପ୍ତି ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ l ସେହି ସମୟରେ ଶନି ଦେବ କୃଷ୍ଣ ଧ୍ୟାନ ରେ ଲୀନ ଥିଲେ l ଅନେକ ପ୍ରୟାସ ସତ୍ୱେ ଶନି ଦେବ ଙ୍କ ପତ୍ନୀ ତାଙ୍କ ଧ୍ୟାନ ଭଙ୍ଗ କରିପାରିଲେ ନାହିଁ ଓ କ୍ରୋଧିତ ହୋଇଗଲେ l ଏହାପରେ ସେ କ୍ରୋଧିତ ହୋଇ ଶନି ଙ୍କୁ ଅଭିଶାପ ଦେଇଥିଲେ ଯେ ଆଜିଠାରୁ ଯାହା ଉପରେ ଶନି ଙ୍କ ଦୃଷ୍ଟି ପଡିବ ତାର ଅସୁବିଧା ହେବ l ପରେ ଶନି ଦେବ ଏହାକୁ ଜାଣିପାରି ନିଜ ପତ୍ନୀ ଙ୍କୁ କ୍ଷମା ମାଗିଥିଲେ l କିନ୍ତୁ ତାଙ୍କ ପତ୍ନୀଙ୍କ ନିକଟରେ ଏହି ଅଭିଶାପ କୁ ନିଷ୍କ୍ରିୟ କରିବାର ଶକ୍ତି ନଥିଲା l ସେହି ଦିନ ଠାରୁ ଶନି ଙ୍କ ଦୃଷ୍ଟି ସର୍ବଦା ତଳକୁ ରହିଥାଏ l କାହିଁକିନା ତାଙ୍କ ଦୃଷ୍ଟି କାରଣରୁ କାହାର ଅନିଷ୍ଟ ନହେଉ l

ଏହି କାରଣରୁ ଶନି ଙ୍କ ମୂର୍ତି କିମ୍ବା ଫାଟୋକେହି ଘରେ ସ୍ଥାପନା କରନ୍ତି ନାହିଁ l ଏବଂ ଏହି କାରଣରୁ ଶନି ଙ୍କୁ ମନ୍ଦିର ରେ ପୂଜା କରାଯାଏ l ଶନି ଙ୍କୁ ଆପଣ ମୁହଁ କୁ ଅନାଇ ଦର୍ଶନ କରିବେ.ନାହିଁ, ଯେବେବି ଦର୍ଶନ କରିବେ ତାଙ୍କ ପାଦ କୁ ଦର୍ଶନ କରିବେ l

Leave A Reply