Odisha news

ଶନି ଗ୍ରହଙ୍କର୍ ୩୦ ବର୍ଷ ପରେ ହେଉଛି ଏହି ରାଶିରେ ପ୍ରବେଶ, ଏହିସବୁ ଲୋକଙ୍କ ଜୀବନ ରେ ପଡ଼ି ପାରେ ପ୍ରଭାବ

0
ଆମ ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ଆମ ଜୀବନ ର ପ୍ରତିଟି ଘଟଣା ପଛରେ ରହିଥାଏ ଗ୍ରହ ମାନଙ୍କର ସ୍ଥିତି ଦାୟୀ ଓ ସେହି କାରଣରୁ ଆମ ଜୀବନ ଉପରେ ପ୍ରଭାବ ପଡିଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଙ୍କ ଗୋଚର ଖୁବ୍ ମହତ୍ତ୍ଵ ରଖିଥାଏ । ଶନି ଙ୍କ ଗୋଚର ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡିଥାଏ। ଶାନିଦେବ ଙ୍କୁ କର୍ମ ର ଦାତା କୁହାଯାଏ । ଚଳିତ ବର୍ଷ ଅପ୍ରେଲ ୨୯ ତାରିଖ ଦିନ ଶନି ଦେବ ନିଜ ରାଶି କୁମ୍ଭ ରାଶି ରେ ପ୍ରବେଶ କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ ।
* ବର୍ତ୍ତମାନ୍ ଶନି ଗ୍ରହ ମକର ରାଶିରେ ଗୋଚର କରୁଛନ୍ତି ତେଣୁ ମିଥୁନ ଓ ତୁଳା ରାଶି ର ଲୋକଙ୍କ ପାଇଁ ଶନି ଙ୍କ ଖରାପ୍ ପ୍ରଭାବ ଚାଲିଛି। ୨୯ ଅପ୍ରେଲ ଠାରୁ ନିଜ ରାଶି କୁମ୍ଭ ରେ ପ୍ରବେଶ କରିବା ଦ୍ୱାରା ମିଥୁନ ଓ ତୁଳା ରାଶି ର ଲୋକଙ୍କୁ ମୁକ୍ତି ମିଳିବ । ଅପ୍ରେଲ ୨୯ ପରଠାରୁ ଶନି ଙ୍କ ପ୍ରଭାବ କର୍କଟ ଓ ବିଛା ରାଶି ଉପରେ ରହିବ । ଶନି ଦେବ ଙ୍କ ପ୍ରଭାବ ଅଢେଇ ବର୍ଷ ପାଇଁ ରହିଥାଏ ।
* ହୋଇପାରେ ଶାରିରୀକ ଓ ମାନସିକ ଅସୁବିଧା –
ଶନି ଦେବ ଙ୍କ ପ୍ରଭାବ ପଡ଼ୁଥିବା ରାଶିର ବ୍ୟକ୍ତି ମାନଙ୍କ ର ଏହି ସମୟରେ ଶାରିରୀକ ଓ ମାନସିକ ଅଶାନ୍ତି ଓ ଅସୁବିଧା ଦେଖାଦେବ । ପ୍ରଥମେ ଶାରିରୀକ ସମସ୍ୟା ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ମାନସିକ ସ୍ତର ରେ ମଧ୍ୟ ଅନେକ ଅସୁବିଧା ଦେଖା ଦେଇଥାଏ।
* ତେଣୁ ଏହି ସମୟରେ ହନୁମାନ ଙ୍କୁ ପୂଜା କରିବାକୁ ଚେଷ୍ଟା କରନ୍ତୁ। ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରତିଦିନ ଶନିବାର ଦିନ ଓସ୍ତ ବୃକ୍ଷ ନିକଟରେ ସୋରିଷ ତେଲ ର ଦୀପ ଟିଏ ଜଳାଇ ରଖନ୍ତୁ ଓ ସେଠାରେ ହନୁମାନ ଅଷ୍ଟକ ପାଠ କରନ୍ତୁ। ଏହାଦ୍ବାରା ଶନି ଦେବ ଙ୍କ ଖରାପ୍ ପ୍ରଭାବ ରୁ ଦୂରେଇ ରହିବେ ।
Har Ghar Tiranga

Leave A Reply