Odisha news

ସନାତନ ଧର୍ମରେ ସକାଳୁ ଉଠିବା ମାତ୍ରକେ କାହିଁକି ଗୁରୁଜନଙ୍କ ପାଦ ସ୍ପର୍ଶ କରିବା ଜରୁରୀ , କଣ ରହିଛି ଏହା ପଛରେ ଧାର୍ମିକ ମାନ୍ୟତା

0

ମାତା-ପିତା ଙ୍କ ପ୍ରତି ଆଦର ସମ୍ମାନ ଭଲ ସଂସ୍କାର କୁ ଦର୍ଶାଇଥାଏ, ମାନ୍ୟତା ରହିଛି ଯେ ଯେଉଁ ଲୋକମାନେ ସକାଳୁ ଉଠି ସର୍ବ ପ୍ରଥମେ ନିଜ ପିତାମାତା କିମ୍ବା ଗୁରୁଜନ ମାନଙ୍କର ପାଦ ସ୍ପର୍ଶ କରିଥାଆନ୍ତି ସେମାନଙ୍କ ଉପରେ ପିତୃପୁରୁଷ ଙ୍କ କୃପା ସବୁବେଳେ ରହିଥାଏ, ଏବଂ କୌଣସି ଅସୁବିଧା ସ୍ପର୍ଶ କରିପାରି ନଥାଏ, ବିଶେଷ ଭାବରେ ହିନ୍ଦୁ ଧର୍ମ ରେ ପ୍ରତ୍ୟେକ ସନ୍ତାନ ଏହି କାର୍ଯ୍ୟ କରିବା ଜରୁରୀ l

ପିତାମାତା ଙ୍କ ଚରଣ ସ୍ପର୍ଶ ଦ୍ୱାରା ମିଳିଥାଏ ଏହିସବୁ ଲାଭ –
– ସାଧାରଣ ଭାବରେ ବ୍ୟକ୍ତି ର ପାଦ ରେ ପଜିଟିଭ ଏନର୍ଜି ସବୁବେଳେ ରହିଥାଏ, ସେଥିପାଇଁ ଯଦି ଆପଣ ଙ୍କ ସନ୍ତାନ ସକଳୁ ଉଠି ମାତାପିତା ଙ୍କ ପାଦ ସ୍ପର୍ଶ କରୁଛି ତେବେ ଦିନସାରା ତା ମଧ୍ୟରେ ସକାରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ, ଯାହାକି ତାର ଜୀବନ ପାଇଁ ଖୁବ ମହତ୍ଵପୁର୍ଣ l

– ବୈଜ୍ଞାନିକ କାରଣ ରେ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯେଉଁ ପିଲାମାନେ ଗୁରୁଜନ ଙ୍କ ପାଦ ସ୍ପର୍ଶ କରନ୍ତି ସେମାନ ଙ୍କ ଅଣ୍ଟା ରେ ରକ୍ତ ପ୍ରବାହ ଭଲ ରେ ହୋଇଥାଏ, ତ୍ୱଚା ଓ କେଶ ସମସ୍ୟା ଦୂର ହୋଇଥାଏ, କାହିଁକିନା ଜନ୍ମ ସମୟ ରୁ ଆମ ଶରୀର ରେ ପିତାମାତା ଙ୍କ ରକ୍ତ ରହିଥାଏ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ସନ୍ତାନମାନେ ପିତାମାତା ଙ୍କ ପାଦ ସ୍ପର୍ଶ କରନ୍ତି ତେବେ ସେମାନଙ୍କ ଚନ୍ଦ୍ର ମଜବୁତ ହୋଇଥାଏ, ଏବଂ ଭଉଣୀ, ପିଉସୀ ଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ବୁଧ  ମଜବୁତ ହୋଇ ଥାଆନ୍ତି, ବ୍ରାହ୍ମଣ ଙ୍କ ପାଦ ସ୍ପର୍ଶ ଦ୍ୱାରା ବୃହସ୍ପତି ମଜବୁତ ହୁଅନ୍ତି l

Leave A Reply