Odisha news

ଘରୁ ବାହାରିବା ସମୟରେ କରନ୍ତୁ ଏହି ୭ଟି କାମ, ନିଶ୍ଚିନ୍ତ ମିଳିବ ସମସ୍ତ କାର୍ଯ୍ୟରେ ସଫଳତା

0

ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି କିଛିଟା ବିଶେଷ କାର୍ଯ୍ୟ ପାଇଁ ବାହାରକୁ ଯାଉଛି ତେବେ ତାକୁ କିଛିଟା ବିଶେଷ କାର୍ଯ୍ୟ ନିହାତି କରିବା ଜରୁରୀ l ଏହାଦ୍ୱାରା ତାକୁ ସମସ୍ତ କାର୍ଯ୍ୟରେ ସଫଳତା ଲାଭ ହୋଇଥାଏ l ଆଜି ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ଗୁଡିକୁ କରିବା ଦ୍ୱାରା ନିହାତି ସଫଳତା ମିଳିଥାଏ l

* ଯେତେବେଳେ ଘରୁ ବାହାରୁଛନ୍ତି କରନ୍ତୁ ଏହିସବୁ କାର୍ଯ୍ୟ –
କୌଣସି ବ୍ୟକ୍ତି ଯେତେବେଳେ ମଧ୍ୟ କୌଣସି ବିଶେଷ କାର୍ଯ୍ୟରେ ଘରୁ ବାହାରୁଛନ୍ତି ସେତେବେଳେ ସେ ପ୍ରଥମେ ନିଜର ଡାହାଣ ଗୋଡ଼ ବାହାରକୁ ରଖିବା ଜରୁରୀ l ଏହା ଶୁଭପ୍ରଦ ହୋଇଥାଏ l ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ନିର୍ଦ୍ଧିଷ୍ଟ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l

– ଯଦି ଘରୁ କୌଣସି ବିଶେଷ କାର୍ଯ୍ୟରେ ଯାଉଛନ୍ତି ତେବେ ନିଜର ରାହୁ କାଳକୁ ଧ୍ୟାନ ରଖିବା ଜରୁରୀ l କାହିଁକି ନା ସର୍ବଦା ଶୁଭ ସମୟରେ ଘରୁ ବାହାରିବା ଜରୁରୀ l

– ସଫଳତା ପ୍ରାପ୍ତି ପାଇଁ ଘରୁ ବାହାରିବା ସମୟରେ ଦହି-ଚିନି ଖାଇ ନିର୍ଦ୍ଧିଷ୍ଟ କାର୍ଯ୍ୟରେ ଯିବା ଶୁଭ ହୋଇଥାଏ l  ଏବଂ ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ l

– କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟରେ ଯାଉଥିଲେ ମହାଦେବ ଙ୍କ ନିକଟରେ ଚାଉଳ ଉପରେ କଳସ ରଖନ୍ତୁ l ଏବଂ ଏହା ଉପରେ କିଛି ପଇସା ରଖି ଆଳତୀ କରନ୍ତୁ l ଏହାଦ୍ୱାରା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ l

– କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିଲେ, ସଫଳତା ପାଇବା ପାଇଁ ଭଗବାନ ଙ୍କ ନିକଟରେ ମନ୍ତ୍ର ପାଠ କରି ବାହାରକୁ ଯାଆନ୍ତୁ l ଏହାଦ୍ୱାରା ଆପଣଙ୍କୁ ସକାରାତ୍ମକ ସ୍ଥିତି ଅନୁଭବ ହେବ l

– ଯେତେବେଳେ ବି ଘରୁ ବାହାରକୁ ଯାଉଛନ୍ତି କାହା ପ୍ରତି ଅପଶବ୍ଦ ପ୍ରୟୋଗ କରି ଯାଆନ୍ତୁ ନାହିଁ l ଏହା ଆପଣଙ୍କ ମନରେ ଓ କାର୍ଯ୍ୟରେ ନେଗେଟିଭ ଏନର୍ଜି ଆଣିଥାଏ l ସମସ୍ତଙ୍କ ସହିତ ସ୍ନେହ ଆଦରରେ ସାକ୍ଷାତ କରି ଘରୁ ବାହାରନ୍ତୁ l

– ଘରୁ ଯେତେବେଳେ ବି ଯାଉଛନ୍ତି କିଛିଟା ମିଠା ଜିନିଷ ଖାଇ ବାହାରନ୍ତୁ, ଏହାଦ୍ୱାରା ଶୁଭ ଯୋଗ ପ୍ରାପ୍ତି ହୋଇଥାଏ l ଏହାଛଡା ଘରୁ ବାହାରିବା ସମୟରେ ଗୋଲ ମରିଚ ର କିଛି ଟା ମଞ୍ଜି କୁ ତଳେ ପକାଇ ବାହାରକୁ ଯାଆନ୍ତୁ l ଏପରି କରିବା ଦ୍ୱାରା ସଫଳତା ମିଳିଥାଏ l

Nalco

Leave A Reply