ସମ୍ଭାଲରେ ଯେଉଁ ଜାମା ମସଜିଦକୁ ନେଇ ହୋଇଥିଲା ହିଂସା, ସେଠାରେ ଶୁଭିଲା ହିନ୍ଦୁସ୍ତାନ ଜିନ୍ଦାବାଦର ନାରା ଏବଂ ଉଡିଲା ତ୍ରିରଙ୍ଗା
ଉତ୍ତରପ୍ରଦେଶ ର ସମ୍ଭାଲ ରେ ଗଣତନ୍ତ୍ର ଦିବସ ପୂର୍ବରୁ ଜାମା ମସଜିଦ ରେ ଦେଶପ୍ରେମ , ଏକତା ଓ ସୌହାର୍ଦ୍ୟ ର ଦୃଶ୍ୟ ଦେଖିବାକୁ ମିଳିଛି, ଏହିସମୟ ରେ ମୁସଲମାନ ମାନେ ଜୁମେ ର ନମାଜ ପଢି ବାହାରୁଥିଲେ, ଏବଂ ସେମାନେ ନିଜ ହାତରେ ହିନ୍ଦୁସ୍ତାନ ଜିନ୍ଦାବାଦ ନାରା ଦେଇ ଦେଶପ୍ରେମ ର ସନ୍ଦେଶ ଦେଇଛନ୍ତି, ଏହି ସମୟ ରେ ହିନ୍ଦୁଙ୍କ ସହିତ ମୁସଲମାନ ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା l ଗତ ନଭେମ୍ବର ୨୪ ତାରିଖ ୨୦୨୪ ରେ ଜାମା ମସଜିଦ ମଧ୍ୟରେ ସର୍ଭେ ସମୟ ରେ ମସଜିଦ ନିକଟରେ ହିଂସା ହୋଇଯାଇ ଥିଲା, ଏବଂ ଏହାପରେ ଖୁବ ଉତେଜନା ଦେଖିବାକୁ ମିଳିଥିଲା l ଏହି ଘଟଣାର ୨ମାସ ପରେ ଗଣତନ୍ତ୍ର ଦିବସ ପୂର୍ବରୁ ଦେଶପ୍ରେମ ର ସନ୍ଦେଶ ଦେଖିବାକୁ ମିଳିଛି l
ଶୁକ୍ରବାର ୨୪ ଜାନୁଆରୀ ୨୦୨୫ ରେ ମସଜିଦ ଭିତରୁ ନମାଜୀ ମାନେ ନମାଜ ପଢି ବାହାରକୁ ବାହାରିବା ସମୟ ରେ ନାଜାରା କିଛି ଅଲଗା ଥିଲା, ମସଜିଦ ବାହାରେ ଦେଶଭକ୍ତି ଦେଖିବାକୁ ମିଳିଥିଲା, ଏଠାରେ ଉପସ୍ଥିତ ଥିବା ସମସ୍ତ ମୁସଲମାନ ନମାଜ ପଢ଼ୁଥିବା ବ୍ୟକ୍ତିଙ୍କ ହାତରେ ତ୍ରିରଙ୍ଗା ଥିଲା, ଏବଂ ପାଟିରେ ଥିଲା ହିନ୍ଦୁସ୍ତାନ ଜିନ୍ଦାବାଦ ର ଧ୍ୱନୀ l
୨୦୨୪ ନଭେମ୍ବର ୨୪ ରେ ସଂଭଲ ରେ ଜାମା ମସଜିଦ ରେ ସର୍ଭେ ସମୟ ରେ ଏହି ଅଂଚଳ ରେ ହିଂସା ହୋଇଯାଇଥିଲା, ଏହାପରେ ଏଠାରେ ଆଖପାଖ ଅଞ୍ଚଳ ରେ ଜୁମେ ର ନମାଜ ପୂର୍ବରୁ ବ୍ୟବସ୍ଥାକୁ ଦେଖି ପୋଲିସ ଫୋର୍ସ ମୁତୟନ ହୋଇଯାଇ ଥାଆନ୍ତି l
ସାଇଦ ଅଖାତର ଓ ଅନ୍ୟ ଲୋକମାନେ ମସଜିଦ ସାମ୍ନାରେ ଗଣତନ୍ତ୍ର ଦିବସ ପୂର୍ବରୁ ନମାଜ ପଢିବାକୁ ମୁସଲମାନ ମାନେ ମସଜିଦ ସାମ୍ନାରେ ଏକତ୍ରିତ ହୋଇଥିଲେ, ସମସ୍ତ ନମାଜୀ ମାନେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମ ର ସନ୍ଦେଶ ଦେଇଥିଲେ. ତ୍ରିରଙ୍ଗା ବାଣ୍ଟି ଥିବା ମୁସଲମାନ ଭାଇ ମାନେ କହିଥିଲେ ଯେ ଆମକୁ ଆମ ଦେଶର ତ୍ରିରଙ୍ଗା କୁ ନେଇ ଗର୍ବିତ, ଗଣତନ୍ତ୍ର ଦିବସ ପୂର୍ବରୁ ଦେଶଭକ୍ତି ର ସନ୍ଦେଶ ଦେବା ପାଇଁ ଆଜି ଆମେ ସବୁ ମୁସଲମାନ ଭାଇ ମାନେ ଏକାଠି ହୋଇଛୁ l ଏବଂ ଆମେ ସମସ୍ତେ ନିଜ ଦୋକାନ ଓ ଘର ବାହାରେ ତ୍ରିରଙ୍ଗା ଲଗାଇ ଦେଶଭକ୍ତି ର ସନ୍ଦେଶ ଦିଅନ୍ତୁ l