ସାଲେପୁର, ୪/୧୧:-ସାଲେପୁର ଥାନା ଅନ୍ତର୍ଗତ ସାଲେପୁର-କେନ୍ଦ୍ରାପଡା ମୁଖ୍ୟ ରାସ୍ତାର କଳାଗ୍ନି ଛକ ନିକଟରେ ଥିବା ଇ-କାର୍ଟ କାର୍ଯ୍ୟାଳରୁ ରାତି ସମୟରେ ଏକ ବଡ଼ଧରଣର ଡ଼କାୟତି ଘଟଣା ଘଟି ଜାଇଛି।ଚାରିଜଣ ଦୁର୍ବୁତ୍ତ ମୁଣ୍ଡରେ ହେଲମେଣ୍ଟ ପିନ୍ଧି ଦୁଇଟି ମଟରସାଇକେଲରେ ଆସି କମ୍ପାନୀ କାର୍ଯ୍ୟାଳୟ ଭିତରେ ଭଦ୍ରଲୋକଙ୍କ ଭଳି ପସି କମ୍ପାନୀର କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଛୁରୀ ଦେଖାଇ ଉଭୟଙ୍କୁ ଭୟଭୀତ କରି ଲକର ମଧ୍ୟରେ ଥିବା ପାଞ୍ଚ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟିନେଇ ଦୁଇଟି ମଟରସାଇକେଲରେ ଚମ୍ପଟ ମାରିଥିଲେ।ସାଲେପୁର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଲେ ଲୁଟେରା ମାନଙ୍କର କୌଣସି ସନ୍ଧାନ ପାଇ ପାରିନାହିଁ।ଏହି ଘଟଣା ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।ଅପର ପକ୍ଷରେ ବିଭିନ୍ନ ସ୍ଥାନରେ ସିସି ଟିଭି ଯାଞ୍ଚ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରାଯାଉଥିବା ସାଲେପୁର ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି