Odisha news

ବିଜେଡିର ଜନସମ୍ପର୍କ ପଦଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

0
ସାଲେପୁର,୩୦/୯:-ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଲିସାହି ପଞ୍ଚାୟତ ମଣ୍ଡପ ପରିସରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଏହି ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ପନ୍ଦର ଦିନ ଧରି ଦୁଇଟି ପର୍ଯ୍ୟାୟରେ ହେବ ବୋଲି ସୂଚନା ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନରୁ ଆରମ୍ଭ ହୋଇ ଅକ୍ଟୋବର ୬ତାରିଖ ପର୍ଯ୍ୟନ୍ତ ଚାଲିବ।ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୧ ତାରିଖରୁ ଅକ୍ଟୋବର ୩୦ ତାରିଖରେ ଶେଷ ହେବ।ସାଲେପୁର ନିର୍ବାଚନ ମଣ୍ଡଳୀର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରୁ ଆରମ୍ଭ ହେବ ବୋଲି କହିଥିଲେ।ଏହି ଜନସମ୍ପର୍କ ପଦଯାତ୍ରା ସମସ୍ତ ପଞ୍ଚାୟତର ସମସ୍ତ ଗ୍ରାମରେ ପହଞ୍ଚି ବିଜୁ ଜନତା ଦଳର ସରକାର ଥିବା ବେଳେ କରିଥିବା ଲୋକାଭିମୁଖୀ ଜନହିତକର ସଫଳ ରୂପାୟନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ବର୍ତ୍ତମାନର ମିଛୁଆ ସରକାର କିଭଳି ଭାବରେ ଲୋକମାନଙ୍କୁ ଦେଇ ଥିବା ମିଛ ପ୍ରତିଶ୍ରୁତି ପାଳନରେ ବିମୁଖତା, ଦରଦାମ ନିୟନ୍ତ୍ରଣରେ ବିଫଳତା, ଆଇନ ଶୃଙ୍ଖଳାର ଅଧୋଗତି, ନାରୀ ନିର୍ଯ୍ୟାତନା ଆଦି ପ୍ରସଙ୍ଗ ଉପରେ ଲୋକମାନଙ୍କ ପାଖରେ ଅବତାରଣା କରାଯିବ।ଏହା ସହିତ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ଅକ୍ଟୋବର ୯ତାରିଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଠାରୁ ଆରମ୍ଭ ହୋଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଥିଲେ।ଏହି ସଦସ୍ୟତା ଅଭିଯାନରେ ବିଜେଡି ସାରା ଓଡ଼ିଶାରେ ଏକ କୋଟି ନୂତନ ସଦସ୍ୟ ସୃଷ୍ଟି କରିବା ଲକ୍ଷ ରଖିଛି ବୋଲି ପ୍ରକାଶ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ବ୍ଲକ ବିଜେଡି ସଭାପତି ଅନନ୍ତ ଚରଣ ପ୍ରଧାନ, ଆତ୍ମା ଅଧ୍ୟକ୍ଷ ଦିଲ୍ଲୀପ ଦାଶ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ନାରାୟଣ ପତି, ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସେଠୀ, ବରିଷ୍ଠ ସଂଗଠକ ନବକିଶୋର କର, ପ୍ରମୁଖ ଯୋଗ ଦେଇ ପଦଯାତ୍ରା ସମୟରେ ଅଧିକ ସଂଖ୍ୟକ କର୍ମୀ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକକୁ ବାଲିସାହି ସରପଞ୍ଚ ପବିତ୍ର ସାମଲ, ଯୁବନେତା ସୌମ୍ୟରଂଜନ ମଲ୍ଲ, ଗୁଲରେଜ ଅଲ୍ଲି, ବିନୋଦ ସାମଲ, ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜିତ ଦାଶ, ଛାତ୍ର ବିଜେଡ଼ି ସଭାପତି ଶୁଭମ ଦାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ

Leave A Reply