Odisha news

ଚାଖୁଣ୍ଡା ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ

0
ସାଲେପୁର,୨୧/୯:- କଟକ – ଚାନ୍ଦବାଲି ରାସ୍ତାର ନାଳିଆମୁହଁ ନିକଟ ସାଲେପୁର ଥାନା ଅନ୍ତର୍ଗତ  ଶିଶୁଆ ପଞ୍ଚାୟତ ବାହାବଳପୁର ଗ୍ରାମ ଅଧୀନ ଏକ ଚାଖୁଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଗଛରେ ପ୍ରେମୀ ଯୁଗଳ ଝୁଲନ୍ତା ଅବସ୍ଥାରେ ମୃତ୍ୟୁବରଣ କରିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।ସୂଚନା ପାଇଁ ସାଲେପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳ ଙ୍କ ଶବକୁ ଉଦ୍ଧାର କରିଥିଲେ।ଏହି ଅଭାବନୀୟ ଘଟଣା ଦେଖିବାକୁ ନିମନ୍ତେ ଜଙ୍ଗଲଟି ଲୋକାରଣ୍ୟ ହୋଇ ପଡିଥିଲା।ସୂଚନା ମୁତାବକ ମୃତ ପ୍ରେମୀ ଯୁଗଳ ଙ୍କ ମଧ୍ୟରୁ ଯୁବକ ଜଣକ ହେଉଛନ୍ତି ସୌରୀ ପଞ୍ଚାୟତ ଅଲ୍ଲୀପୁର ଗ୍ରାମର ପବିତ୍ର ସାମଲଙ୍କ ପୁଅ ମନୋଜ ସାମଲ (୨୬) ବୋଲି ଜଣାପଡିଛି।ମୃତକ ମନୋଜ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ଥିବା ଜଣାଯାଇଛି।ଅପରପକ୍ଷେ ମନୋଜଙ୍କ ସହିତ ରାମେଶ୍ବର ପଞ୍ଚାୟତ ଚାହାପଡ଼ା ( ଖଣ୍ଡିଆସାହି) ଗ୍ରାମର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି।ଅନ୍ୟପଟେ ନାବାଳିକା ନିଖୋଜ ଥିବା ନେଇ ଗତକାଲି ପରିବାର ପକ୍ଷରୁ ପାଗା ଫାଣ୍ଡି ରେ ଅଭିଯୋଗ ହୋଇଥିଲା।ତେବେ ଆଜି ସକାଳେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ପରେ ଘଟଣାରେ ସନ୍ଦେହ ପ୍ରକାଶ ପାଇଛି।ସାଲେପୁର ଆଦର୍ଶ ଥାନା ଆଇ ଆଇ ସି ମନୋଜ କୁମାର ସ୍ବାଇଁ  ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ସହାୟତାରେ ଚକୁଣ୍ଡା ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ।ପରେ ପୋଲିସ ଶବ ଦ୍ବୟ କୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିଛି।ଅପରପକ୍ଷେ ପାରିପର୍ଶ୍ୱିକ ଅବସ୍ଥାକୁ ଲକ୍ଷ୍ୟ କଲେ ପ୍ରେମୀ ଯୁଗଳ ଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ତାହା ନେଇ ସାଧାରଣରେ ପ୍ରଶନବାଚୀ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।
Har Ghar Tiranga

Leave A Reply