Odisha news

ବିଳମ୍ବିତ ରାତିରେ ସିରିଜ ଚୋରି : ପୋଲିସକୁ ଚୋରଙ୍କ ଖୋଲା ଚାଲେଞ୍ଜ।

0
ସାଲେପୁର୧୯/୯:- ଗୋଟିଏ ରାତିରେ ସମାନ ଢଙ୍ଗରେ ତିନିଜଣଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି।ଏ ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି।ଗତକାଲି ବିଳମ୍ବିତ ରାତ୍ରରେ ସିରିଜ ଚୋରୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ପଞ୍ଚାୟତର ସପନପୁର ଗ୍ରାମରେ। ଗତକାଲି ବିଳମ୍ବିତ ରାତ୍ରିରେ କଟକ ସାଲେପୁର ମୁଖ୍ୟ ରାସ୍ତାରୁ ପ୍ରାୟ ଶହେ ମିଟର ମଧ୍ୟରେ ରହୁଥିବା ସପନପୁର ଗ୍ରାମର ଆଇନ ଷ୍ଟାଇନ କଲେଜ ନିକଟରେ ରହୁଥିବା ରବୀନ୍ଦ୍ରନାଥ ସାହୁଙ୍କ ଘରୁ ୮ଟି ସୁନା ଲକେଟ ୨ଟି ସୁନା ମୁଦି ୩ହଜାର ଟଙ୍କା ଚୋରି ହୋଇଥିବାବେଳେ ସେହିପରି ଶାନ୍ତିଲତା ଦାଶଙ୍କ ଘରୁ ସୁନାର୨ହଳ କାନ ଫୁଲ,ସୁନା ମୁଦି ୪ଟି,ମୂଲ୍ୟବାନ ପାଟ ଶାଢ଼ୀ ସହ ୫ହଜାର ଟଙ୍କା ,ପିତଳ ବାସନ କୁସନ ସେହିପରି ସନ୍ଧ୍ୟାରାଣୀଙ୍କ ରାଉତଘରୁ ମଧ୍ୟ ସୁନା ଗହଣା ଗାଣ୍ଠି ସହ ଟଙ୍କା ଦୁର୍ବୁତ୍ତମାନେ ସମାନ ଢଙ୍ଗରେ ଝରକା ତାଡି ଘର ଭିତରକୁ ପ୍ରବେଶ କରି ଲୁଟିନେଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସାଲେପୁର ପୋଲିସର ସାଇଣ୍ଟଫିକ ଟିମ ଆସିଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି।ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଏହି ସପନ ପୁର କଣ୍ଟାସାହି ଛକରୁ ଏକ ଜଳଖିଆ ଦୋକାନରୁ କବାଟ ଭାଙ୍ଗି ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା।ଏହି ଅଞ୍ଚଳରେ କିଛି ଅସାମାଜିକ ବ୍ୟକ୍ତି ମାନେ ଆସି ଆଡା ଜମାଇ ବିଳମ୍ବିତ ରାତିରେ ଚୋରି କରୁଥିବା ଆଲୋଚନା ହେଉଛି। ଏଭଳି ଘଟଣା ସାଲେପୁର ଥାନା ଅଂଚଳରେ ବାରମ୍ବାର ଘଟୁଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି
Har Ghar Tiranga

Leave A Reply