Odisha news

ବଧୁ ହତ୍ୟା ଘଟଣାରେ ଦୋଷୀକୁ୧୦ବର୍ଷ ସଶ୍ରମ କାରାଦଣ୍ଡ।

0
ସାଲେପୁର,୨୭/୭:-ସାଲେପୁର କୋର୍ଟରେ ବିଚାରାଧୀନ୨୦୧୮ମସିହାର ବଧୁ ହତ୍ୟା ଘଟଣାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଦଶ ହଜାର ହଜାର ଜୋରିମାନା କଲେ ବିଚାରପତି ।ଘଟଣାରୁ ପ୍ରକାଶ କଟକ ଜିଲ୍ଲା ନେମାଳଥାନା ବଇଁପଡା ଗ୍ରାମର ରଜତ କୁମାର ମଲ୍ଲିକ ମାହାଙ୍ଗା ଥାନା କୁରୁଜଙ୍ଗା ଗ୍ରାମର ମଥୁରା ନନ୍ଦ ମଲ୍ଲିକଙ୍କ କନ୍ୟା ଲାଷ୍ମୀପ୍ରିୟା ମଲ୍ଲିକଙ୍କୁ  ବୈଦିକ ରୀତିରେ  ବିବାହ କରିଥିଲେ। ଦାବି ମୁତାବକ ଯୌତୁକ ଦିଆଯାଇଥିବା ପରେ ମଧ୍ୟ ବିବାହ ଦିନଠୁ ଅଧିକ ଯୌତୁକ ଦାବିକରି ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ  ୧୫/୫/୨୦୧୮ ତାରିଖରେ ଶାଶୂଘର ଲୋକେ ଝିଅକୁ ମାରିଦେଇଥିଲେ ବୋଲି  ଝିଅର ବାପା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନେମାଳ ଥାନା କେଶ ନଂ  ୪୨/୨୦୧୮ରେ ଏକ ମାମଲା ରୁଜୁ କରି ରଜତ କୁମାର ମଲ୍ଲିକଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣାରେ ସାଲେପୁର କୋର୍ଟରେ କେଶର ବିଚାର କରାଯାଇଥିଲା।   ନେମାଳଥାନା ବଇଁପଡ଼ା ଗ୍ରାମରେ ୨୦୧୮ ରେ ବଧୂହତ୍ୟା ଘଟଣାରେ ଦୋଷୀ ରଜତ କୁମାର ମଲ୍ଲିକକୁ ଆଡ଼ିସନାଲ ସେସନ ଜଜ୍ ସାଲେପୁର ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି।ଏହି କେଶ କୁ ସରକାରୀ ଓକିଲ ଜିତେନ୍ଦ୍ର କୁମାର ମହାନ୍ତି ପରିଚାଳନା କରିଥିଲେ।

Leave A Reply