ସାଲେପୁର- କରୋନା ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନଙ୍କୁ ଅଭିନନ୍ଦନ ଜଣାଇବା ସହଉତ୍ସାହିତ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ମି. ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖି ସମଗ୍ର ରାଜ୍ୟବାସୀ ବନେ୍ଦ ଉକ୍ରଳ ଜନନୀ ଗାନ କରିବାପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ସାଲେପୁର ହାଇସ୍କୁଲ ପଡ଼ିଆଠାରେ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକମାନେ ସାମାଜିକ ଦୂରତା ବଜାୟ ରଖି ବନେ୍ଦ ଉକ୍ରଳ ଜନନୀ ଗାନ କରିବା ସହ କରୋନା ଯୋଦ୍ଧାମାନଙ୍କୁ ଅଭିନନ୍ଦନ ଓ ସ୍ୱାଗତ ଜଣାଇଥିଲେ । ଠିକ୍ ଅପରାହ୍ଣ ଘ.୫.୩୦ମି ସମୟରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ବେହେରା, ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ, ବ୍ଲକ୍ ଆତ୍ମା ସଭାପତି ଦିଲ୍ଲୀପ ଦାଶ, ଶିକ୍ଷକ ଗୌତମ ମହାରଣା, ନବକିଶୋର କର, ଯୁବ ବିଜେଡି ସଭାପତି ସଂଜିତ୍ ଦାଶ, ସୌମ୍ୟରଂଜନ ମଲ୍ଲ, ବିରଞ୍ଚôନାରାୟଣ କର, ଜୟଦେବ ଶତପଥୀ, ଛାତ୍ରଜନତା ସଭାପତି ଶୁଭମ୍ ଦାଶ, ମିଟୁ ମହାନ୍ତି, ସରପଞ୍ଚ ପ୍ରତିନିଧି ଜୟରାମ ବେହେରା, ସମିତିସଭ୍ୟ ବିଭୁତିଭୂଷଣ ଦାଶ, ଶିଶୁଆ ସମିତିସଭ୍ୟ ଜୟପ୍ରକାଶ ନାୟକଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ । ସେହିପରି ସାଲେପୁର ବ୍ଲକ୍ ପରିସରରେ ବିଡ଼ିଓ ଦେବରାଜ ସେଠୀ, ତହସିଲଦାର ଦିବ୍ୟଜ୍ୟୋତି ଦେଓ, ବ୍ଲକ୍ ଅଧ୍ୟକ୍ଷା ମମତା ରାଉତ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ସି.ଡି.ପି.ଓ. ସୁଷମା ମହାପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ ।
ସେହିପରି ସାଲେପୁର ଥାନା ପରିସରରେ ଆଇ.ଆଇ.ସି. ଦେବେନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିବାବେଳେ ସାଲେପୁର ସବ୍ଜେଲ୍, ସବ୍ରେଜିଷ୍ଟର କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ, କୃଷି ବିଭାଗ କାର୍ଯ୍ୟାଳୟ ସମେତ ପିକୋଳ ପଞ୍ଚାୟତରେ ସରପଞ୍ଚ ରଣଜିତ୍ ଦାସ, ବାଲିସାହି ପଞ୍ଚାୟତରେ ସରପଞ୍ଚ ସରସ୍ୱତୀ ବେହେରା, ରାଇସୁଙ୍ଗୁଡ଼ା ପଞ୍ଚାୟତରେ ସସ୍ମିତା ସାହୁ, ବାରିଗୋଳ ପଞ୍ଚାୟତରେ ସଲିମା ମହାପାତ୍ର, କଟରପା ପଞ୍ଚାୟତରେ ତିଳୋତ୍ତମା ପତି, ନାନେ୍ଦାଳ ପଞ୍ଚାୟତ, ଓଡ଼ାସିଂହ ପଞ୍ଚାୟତରେ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶଦୀପ ନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟମାନଙ୍କରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ସେହିପରି ମା’ ସାହେଶ୍ୱରୀ ମନ୍ଦିର ପରିସରରେ ସାରସ୍ୱତ ସମାରୋହ ସମିତି ଓ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଅକ୍ଷୟ କୁମାର ଦାଶ, ପ୍ରଫୁଲ୍ଲ କୁମାର ମିଶ୍ର, ଦୟାନିଧି ସାହୁ, ଉପେନ୍ଦ୍ର ନାଥ ରଣା, ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ ।