Odisha news

ବିଜେଡି ପକ୍ଷ୍ୟରୁ ବିଶାଳ ଯୁବ ଛାତ୍ର ସମାବେଶ ବିରାଟ ପଟୁଆରେ ହଜାର ହଜାର କର୍ମିଙ୍କ ସହିତ ଆସିଲେ

0
ସାଲେପୁର : ସାଲେପୁର ବିଜେଡି ପକ୍ଷରୁ ବିଶାଳ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି।ସାଲେପୁର ବ୍ଲକ ଅନର୍ଗତ ରାଇସୁଙ୍ଗୁଡ଼ା ଶନି ପଡିଆ ଠାରେ ଯୁବ ବିଜେଡି ସଭାପତି  ସଞ୍ଜିତ ଦାସଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଯୋଗଦେଇ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାଇ ରଖିବା ପାଇଁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ରୂପେ ଡବଲ ଶଙ୍ଖରେ ଭୋଟଦେଇ ନିର୍ବାଚିତ କରନ୍ତୁ।ବିଶିଷ୍ଟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ସାଲେପୁରକୁ ସରସ ସୁନ୍ଦର ସବୁଜ ବିକଶିତ କରି ଗଢ଼ି ତୋଳିବା ମୋର ମୁଖ୍ୟ ଲକ୍ଷ ଏଥିରେ ଆପଣ ମୋତେ ସହଯୋଗ କରିବାକୁ ନିବେଦନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ଆତ୍ମା ସଭାପତି ଦିଲ୍ଲୀପ ଦାଶ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି,ବିଜେଡି ବ୍ଲକ କାର୍ଯ୍ୟ କାରିଣୀ ସଭାପତି ନାରାୟଣ ପତି,ପ୍ରାକ୍ତନ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା,ଯୋଗ ଦେଇଥିଲେ।ଆଜି ଶିଶୁଆ ବଜାର ଠାରୁ ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଙ୍କ ଗହଣ ରେ ଆସି ରାଇସୁଙ୍ଗୁଡା ଶନି ପଡିଆ ରେ ପହଞ୍ଚି ଥିଲେ।ଏହି ସମାବେଶକୁ ଯୁବନେତା ବିରଞ୍ଚି ନାରାୟଣ କର, ଜୟଦେବ ଶତପଥି, ଆଲାମ ହୁସେନ,ରାଜେଶ ମହାନ୍ତି,ଛାତ୍ର ବିଜେଡି ସଭାପତି ଶୁଭମ ଦାଶ, ସୁମନ ନାୟକ, ଚିତ୍ତରଞ୍ଜନ ସାହୁ, ସମ୍ରାଟ କେଶରୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।(ଫଟ ଅଛି)
Nalco

Leave A Reply