ସାଲେପୁର : ବାପ ମାଡ଼ରେ ବିବାହିତ ଝିଅ ଗୁରୁତର।ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ। ଘଟଣାରୁ ପ୍ରକାଶ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ପଞ୍ଚାୟତର ଜମାଲପୁର ଗ୍ରାମରେ ଗୋକୁଳ କୁମାର ସିହ୍ନାଙ୍କ ପାଖରେ ତାଙ୍କ ବିବାହିତ ଝିଅ ଗାୟତ୍ରୀ ଜେନା ଓ ନାତୁଣୀ ରହୁଥିଲେ। ଆଜି ଗାୟତ୍ରୀ ଜେନାଙ୍କୁ ଗୁରୁତର ରକ୍ତାକ୍ତ ଅବସ୍ଥାରେ କେନ୍ଦ୍ରାପଡା କେନାଲ ପାଖରୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଉଦ୍ଧାରକରି ଘରକୁ ଖବର ଦେବାସହ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଗାୟତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଉଦ୍ଧାର କରିଥିବା ଯୁବକଙ୍କ କହିବା କଥା ଅନୁଯାୟୀ ଗାୟତ୍ରୀଙ୍କ ବାପା ବାଡେଇକି ଏ ଭଳି କରିଛନ୍ତି ବୋଲି ଗାୟତ୍ରୀ କହୁଥିଲେ।ଏ ଅଭିଯୋଗ କୁ ଗାୟତ୍ରୀଙ୍କ ବାପା ଖଣ୍ଡନ କରିବା ସହ ଗାୟତ୍ରୀ ଛାତି, ହାତକୁ କାମୁଡି ଦେଇଛି ବୋଲି କହୁଛନ୍ତି।କାହିଁକି ତୁମ ଝିଅ କାମୁଡ଼ିଲା ପଚାରିବାରୁ ଚୁପ ହୋଇ ରହୁଛନ୍ତି ବାପା।କିନ୍ତୁ ଗାୟତ୍ରୀ ଏ ଭଳି ଗୁରୁତର ହୋଇଛନ୍ତି ସେ କଥାବାର୍ତ୍ତା କରି ପାରୁନାହାନ୍ତି। ତାଙ୍କର ଏ ଭଳି ଅବସ୍ଥା ତାଙ୍କ ବାପା କରିଛି ବୋଲି ହାତ ଦ୍ୱରା ଇଙ୍ଗିତ କରି ଦେଖାଉଛନ୍ତି।(ଫଟ ଅଛି)