Odisha news

ଗୋଟିଏ ରାତିରେ ତିନି ଜଣଙ୍କ ଘରୁ ସିରିଜ ଡକାୟତ

0
ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ୍ ଜଗତପୁର ଥାନା ଅଧିନ ରାମେଶ୍ୱର ପଞ୍ଚାୟତର ଚାହାପଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ୩ ଟି ପରିବାରରେ ଡକାୟତି।୧୦ରୁ୧୫ଲକ୍ଷ ଟଙ୍କାର ସମ୍ପତି ଲୁଟ ହୋଇଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ରୁ ୩ଟା ସମୟରେ ୩ ଜଣ ଯୁବକ ବନ୍ଧୁକ ,ଖଣ୍ଡା,ଭୁଜାଲି ଧରି ପ୍ରଥମେ ପ୍ରଶାନ୍ତ ରାଉତ ଙ୍କ ଅନୁପସ୍ଥିତରେ ସେ ବାହାରକୁ ଯାଇଥିବା ସମୟରେ ତାଙ୍କ ଘରେ ତାଙ୍କ ଭଉଣୀ ରହୁଥିବାର ସୁଯୋଗ ନେଇ  ଘର କବାଟ ଭାଙ୍ଗି ପ୍ରବେଶ କରିଥିଲେ।ଏବଂ ତାଙ୍କୁ ମାରଣାସ୍ତ୍ର ଦେଖାଇ ଆଲମୀରା ଭାଙ୍ଗି ପ୍ରାୟ  ଦେଢ଼ ଲକ୍ଷ ନଗଦ ଟଙ୍କା ସହିତ ଅଢେଇ ଶହ ଗ୍ରାମର ସୁନା ରୁପା ଅଳଙ୍କାର ନେଇଯିବା ସହ ଆଉ ଦୁଇ ଜଣଙ୍କ ଘରକୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ସୁନା ରୁପା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଚୋରି ହୋଇ ଥିବା ଅଳଙ୍କାର ଓ ନଗଦ ଟଙ୍କା ମିଶି ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଡକାୟତ କରିଥିବା ଦେଖିବାକୁ ମିଳିଛି।ଖବର ପାଇ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ।ଏବଂ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୋଲିସ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି

Leave A Reply